STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଆଲୋକର ପର୍ବ

ଆଲୋକର ପର୍ବ

1 min
344

ବରଷକେ ଧରାକୁ ଆଲୋକ ପର୍ବ ଆସିଲା 

ସବୁଠି ଦୀପାଳି ଜଳି ଉଠିଲା।

ଜୀବନର ଅନ୍ଧକାରକୁ ଦେଉ ଏ ପର୍ବ ଦTରେଇ 

ମହାକାଳିଙ୍କ ପାଖେ ମୁଁ ବିନତି କରଇ।

କେତେ ଆଶା ନେଇ ଆଲୋକ ପର୍ବ ଆସଇ 

ସଭିଙ୍କ ମନରେ ଖୁସି ଭରି ଦିଅଇ।

ଆତସ ବାଜିର ଶବ୍ଦ ସବୁଠି ଶୁଭୁଛି 

ବଡ଼ବଡ଼ୁଆଙ୍କୁ ଆବାହନ ହେଉଛି।

କେତେ ଆନନ୍ଦ ଏ ପର୍ବ ଆଣିଛି 

ଆଲୋକ ମାଳାରେ ଘର ଝଲସୁଛି।

ଘରେ ଘରେ ଦୀପ ଜଳୁଛି 

ଦୀପାବଳି ପର୍ବ ଆସିଛି।

ଏହି ଦିନରେ ରାମ ଆସିଥିଲେ ଫେରି 

ଏବେ ବି ହୁଏ ଅଯୋଧ୍ୟାରେ ଦୀପାବଳି।

ସଭିଙ୍କ ଦୁଃଖର ଅନ୍ଧକାର ଚାଲିଯାଉ 

ହେ ମହାମୟୀ ଏହି କରୁଣା ହେଉ।



Rate this content
Log in