STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ଆଲୋକର ପରବ

ଆଲୋକର ପରବ

1 min
247

ଚତୁର୍ଦିଗେ ଭଳି ଭଳି ଆଲୋକର ସମ୍ଭାର

      ନେଇଆସେ ବରଷକେ ଥରେ ଦୀପାବଳି l

ଝଲ ମଲ  କରିଥାଏ  ଗାଁ ରୁ ସହର

     ପରିଧାନେ ରଙ୍ଗବେରଙ୍ଗ ଆଲୋକର ମାଳି l 

ଦୀପ  ରେ ସଜାଇ ଘର ବାରି ଅଗଣା

        ପରସ୍ପରେ ବାଣ୍ଟି ଥାନ୍ତି ଶୁଭକାମନା l

ପିତୃପୁରୁଷଙ୍କୁ ଚଉଁରାମୂଳେ ଦେଇ ମେଲାଣି

     ଆଶିଷବରସୁ ତୁମ୍ଭ  ପୁରାଅ  ମନସ୍କାମନା l

ଅସତ୍ୟ ଉପରେ ଘଟାଇ  ସତ୍ୟ ର ଜୟ

     ଅଯୋଧ୍ୟା ନଗରେ ଫେରିଥିଲେ ରଘୁରାୟ l

ଭାରା   ଉଶ୍ୱାସୀ କରି ପାପକ୍ଷୟ 

     ଦାନଵ ମାରଣେ ଧରା ହେଲା ଶାନ୍ତି ମୟ l

ଆଲୋକର ପରବ ଏ ନୁହେଁ ଆତଶବାଜିର

    ବାଳୁତରୋଗୀ କଥା ହେଜି ସଜତନେ ପାଳନକର l

ଦୀପକ  ଦୀପିକା ଦୁହେଁ ହାତେ  ଧରି

     ଦୀପାଳି ସୁମରନ୍ତି  ମା ଶ୍ୟାମା କାଳୀ l

କରୁଣା କଟାକ୍ଷେ ନାଶ ରୋଗର ଅନ୍ଧକାର

     ଅଳି କରୁ ପଦେ ଢାଳି ଭକ୍ତି ପୁଷ୍ପାଞ୍ଜଳୀ l


Rate this content
Log in