STORYMIRROR

srikant behera

Others

3  

srikant behera

Others

ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି

1 min
237


ଅନ୍ଧକାର ଚିରି ଆଲୁଅ ଆସଇ 

   ଦୀପାବଳି ପରବରେ

ଧନ ଧାନ୍ୟ ଭରି ଆସନ୍ତି ମା'ଲକ୍ଷ୍ମୀ 

   ହସ ଫୁଟଇ ମର୍ତ୍ତ୍ୟରେ |୧|


କାଳିମାର ଛାୟା କଳା ବାଦଲକୁ 

    ହଟାଇ ଆଲୁଅ ଆସେ 

ନୀଳ ଆକାଶକୁ ଅନାଇ ରହିଲେ 

   ତାରା ଖିଲି ଖିଲି ହସେ |୨|


ସେହିଦିନ ପରା ମର୍ତ୍ତ୍ୟରେ ଓହ୍ଲାନ୍ତି

    ଶ୍ୟାମାକାଳୀ ମାଆ ପୁଣି 

ପୂଜା ପାଇ ସାରି, ସଭିଙ୍କ ଉପରେ 

    ଖୁସି ସେ ଦିଅନ୍ତି ବୁଣି |୩|


ଆଲୁଅରେ ଭରେ ଅଗଣା ଦୁଆର

    ଦିଶେ କେଡେ ଝଲମଲ 

ମହମ ଦ୍ୱୀପରେ ବାଣ ଫୁଟାଏ ମୁଁ 

    ଲଗାଇ ପିଂପେଇ ସୋଲ |୪|


ଓଡ଼ିଆ ଜାତିର ଗୌରବ ପାଇଁକି 

    ଆସେ ଆଲୁଅ ପରବ 

ଓଡ଼ିଶାରେ ରହି ଓଡ଼ିଆ କହି ମୁଁ 

    ଭାବେ ନିଜକୁ ଗରବ 

    ଭାବେ ନିଜକୁ ଗରବ |୫|


Rate this content
Log in