ଆଲୋଡ଼ନ
ଆଲୋଡ଼ନ
1 min
193
ସ୍ୱପ୍ନରେ କିଞ୍ଚିତ୍ ସମୟର ଉପସ୍ଥିତି ତାର
ମୁଁ ଖୋଜି ବୁଲୁଛି ଠିକଣା
ସେଇ ରଙ୍ଗିନ୍ ପ୍ରଜାପତିର ।
ଡେଣା ଝାଡି ଦେଇଛି ଯିଏ
ମୋ ବର୍ଣ୍ଣହୀନ ସ୍ୱପ୍ନିଳ ନୟନେ
ମନଲୋଭା ରଙ୍ଗିନ୍ ସ୍ୱାକ୍ଷର ।
ବୟସର ଅପରାହ୍ନରେ
ମନେପଡେ ସେଇ ବାଲି ଘର କଥା
କଥା ଦେଇଥିଲା ଶେଷ ନିଃଶ୍ୱାସ ଯାଏ
ହାତ ଧରି ଚାଲିବ ବୋଲି
ସମୟ ଲହରୀ ଧୋଇ ନେଇଛି ବାଲି ଘର
ନା ଅଛି ସେ ବାଲି ଘରର ସ୍ରଷ୍ଟା
କିନ୍ତୁ ଏକାକିନୀ ଆଜି ଭାବୁଛି ସେ
କାହାକୁ କହିବ ହୃଦୟର ଅକୁହା ବ୍ୟଥା
