Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Others

3  

Anita Dash

Others

ଆଖିରେ ଆଖି ମିଶିଗଲା

ଆଖିରେ ଆଖି ମିଶିଗଲା

1 min
265



ଆଖିରେ ଆଖିଟି ମିଶିଗଲା ଯେବେ

ଆନନ୍ଦରେ ଆଖି ନାଚିଗଲା,

ଆକାଶର ତାରା ଚାହିଁ ରହିଥିଲେ

ଚାନ୍ଦର ଚାନ୍ଦିନୀ ହସୁ ଥିଲା। [୧]


ନିର୍ମଳ ଶରତ ଗଗନରେ କିବା

କଳା ମେଘ ଖଣ୍ଡ ଭାସୁଥିଲା ,

କଳା ଭଅଁର ସେ ଆଖି ଦୁଇ ସତେ

ମନ ତଳ କଥା ଖୋଲି ଦେଲା। [୨]


ସରମେ, ସକାଳ କୁମୁଦିନୀ ସମ

ଆଖିର ପାଖୁଡା ଶୋଇଗଲା,

ସୁକୁମାରୀ ଲାଜକୁଳୀ ଲତାଟି କି

ଶିଶିର ଆଘାତେ ନଇଁ ଗଲା । [୩]


ସାଧା ସିଧା ସଫା ହୃଦୟରେ ମୋର

ପ୍ରେମ ରଙ୍ଗ ଛିଟା ଲାଗିଗଲା,

ହୃଦୟର ରଙ୍ଗ କଅଁଳ ମନରେ

ସୁନ୍ଦର ସପନ ସାଜି ଦେଲା । [୪]


ସୁନ୍ଦର ସପନ ମିଠା ମିଠା ଆଶା-

ସୁନେଲି କିରଣ ଢାଳିଦେଲା,

ସୁନେଲି କିରଣ ପ୍ରିୟାର ତନୁରେ

ବୋଳି ହୋଇ ସତେ ଝଲସିଲା । [୫]


ତନୁ ବଲ୍ଲରୀରେ ସଜେଇ ହେବାକୁ

ପ୍ରାଣ ମୋ ବିକଳ ହୋଇଗଲା,

ବିକଳ ପ୍ରାଣକୁ ମଙ୍ଗଳ ମହୁରୀ,

ଶୁଭ ଶଙ୍ଖ ଧ୍ୱନି ଶୁଭିଗଲା । [୬]


ଶଙ୍ଖିନୀର ହାତ ଧରି ମୁଁ କହିଲି

"ପ୍ରିୟା ମୋର ଅଳି ଘେନ ଭଲା,

ମନ ମନ୍ଦିରରେ ସଜେଇ ରଖିବି

ହୃଦୟର ଭାବ ବୁଝ ଭଲା"। [୭]


ହୃଦୟ ବିଦାରି ଗଣ୍ଡ ଦେଶେ ମୋର

ସରୁ ଚଟକଣା ବସି ଗଲା,

"ତିନୋଟି ଛୁଆର ମା ମୁହିଁ ପରା,

ମୂରୁଖ ପଣିଆ ସରି ଗଲା?" [୮]


ସେହି ଦିନଠାରୁ ଆଉ କା ଆଖିରେ

ଆଖି ମିଶେଇବା ଭୟ ହେଲା,

ମଥାକୁ ନୁଆଇଁ ବାଟ ଚାଲୁଅଛି

ଚିର କୁମାର ମୁଁ ସୁନା ପିଲା ।


Rate this content
Log in