Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଆଖି ଲୁହ ଶୁଖି ଯାଏ

ଆଖି ଲୁହ ଶୁଖି ଯାଏ

1 min
1.2K


• ନାହିଁ ନାହିଁ ତ , ଯିଏ ଫେଡିବ ଆରତୀ ଆରତ

• ନାହିଁ ନାହିଁ ତ , ତୁମେ ଚଉବାହା ଏକାସିନା ସାହା

• ତୁମେ ବନ୍ଧୁ, ପିତା,ମାତା,ମଇତ୍ର , ନାହିଁ ନାହିଁ ତ…।।

• ପ୍ରହଲ୍ଲାଦ ତା’ର ବାଳୁତ କାଳରୁ ଲଭିଲା ଅନେକ ଯାତନା

• ହୃଦଗତେ ସ୍ମରି କରିଲା ଗୁହାରି ଘଟିଲା କି ବିଡ଼ମ୍ବନା

• ଅଦ୍ଭୁତ କାୟାରେ ନୃସିଂହ ରୂପରେ

• ସ୍ତମ୍ଭୁ କିପରି ହେଲ ଆବିର୍ଭୁତ , ନାହିଁ ନାହିଁ ତ…।।

• ମାନବ ସମାନ କଳେବର ତୁମ ବାମନ ରୂପରେ ଜନମ

• ଅଦିତୀ କୋଳରେ ଜନ୍ମିଲ ଠାକୁରେ ବଳୀ କୁ କରିଲ ଦମନ

• ଆହା କି ସୁନ୍ଦର ଅଭିନବ ଢଙ୍ଗେ

• ଦୈତ୍ୟଗୁରୁ ଶୁକ୍ର କଣା ହେଲେ ତ , ନାହିଁ ନାହିଁ ତ…।।

• ସତ୍ୟସନ୍ଧ ରଘୁ କୂଳ ଚନ୍ଦ୍ରମା ହେ ରାମଚନ୍ଦ୍ର ବୀରବର

• ପଟାନ୍ତର ନାହିଁ ରାମ ରାଇଜର ଛେଦିଥିଲ ଦଶଶିର

• ପତିତପାବନ ନାମକୁ ବହିଲ

• ତୁମେ କୈବର୍ତ୍ତ କୁ ମୁକ୍ତି ଦଇ ତ , ନାହିଁ ନାହିଁ ତ…।।

• ହେ ମନ୍ଦରଧର ଅପୂର୍ବ ତୁମର ସେ ଯୁଗର ଖେଳା ଲୀଳା

• ଗୋପରୁ, ମଥୁରା ଅନନ୍ୟ ସେ ଲୀଳା କୃଷ୍ଣ,କାହ୍ନା,କାଳିଦଳା

• ମହାଭାରତର ନିରପେକ୍ଷ ବୀର

• ସତୀ ଦ୍ରୈ।ପଦୀଙ୍କୁ ସାହା ହେଲତ , ନାହିଁ ନାହିଁ ତ…।।

• ଆଜି ଏହି ଜାତୀ କାହିଁ ଗତି, ମୁକ୍ତି କାହିଁ ଗଲ ଭଗବାନ

• କୋଟିଏ ନିରେଖ ଆଖି ଲୁହ ଦେଖ ହେଉଛି ପ୍ରବାହମାନ

• ଦାରୁ ରୂପ ଛାଡ଼ି ଆସ ମହାକାଳ

• ପ୍ରଭୁ ଆଉ ସହି ହେଉ ନାହିଁ ତ , ନାହିଁ ନାହିଁ ତ…।।

• ବିକଳ ମନର ଆକୁଳ ବେଦନା ନଶୁଣି କି ଜଗନ୍ନାଥ

• ପ୍ରଫୁଲ୍ଲ ପଚାରେ ଆଉକେବେ ତୁମେ ଶୁଣିବ ଆରତୀ ଆରତ

• ଦୁଃସହ ଏଠି ଜୀବନ ଜାତକ

• ଏବେ ଆସ ଆସ ସାହା ହୁଅତ , ନାହିଁ ନାହିଁ ତ…।।


• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା



Rate this content
Log in