STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ଆକାଶର ଛାଇ

ଆକାଶର ଛାଇ

1 min
194

ଚାଲିଗଲା ବୋଲି ଆଜି ଦୋଷ ଦେବି କାଇଁ

ମାଟି ନୁହେଁ ତା ପାଖେ ମୁଁ,ଆକାଶର ଛାଇ..!!


କିଛି ତ କାରଣ ଥିବ ମୁହଁ ଫେରିବାକୁ

ଅକାରଣେ ମରୁବାଲି ଚାହେଁ କ'ଣ ନଈ..!?


ଭାଙ୍ଗିଗଲା ସେତୁ ଏବେ କହନ୍ତି ସମସ୍ତେ

ଛାତିର ଲହରୀ ଖୋଳି ଖୋଜନ୍ତିନି କେହି..!!


ବଜାରେ ହଜାରେ ଥିବେ ମୋ ପରି ପ୍ରେମିକ

ତା' ଛାତିର ରକ୍ତସ୍ରାବ, ପାରିବ କେ' ବୋହି..!?


ସବୁ ସମ୍ପର୍କରେ ଲୋଡା ଈଶ୍ୱରୀୟ ସ୍ପର୍ଶ

ସେ ଥିଲା ଈଶ୍ୱରୀ, ବୋଧେ ମୁଁ ପାରିନି ହୋଇ..!?


ଆଜୀବନ ଖୋଲା ଅଛି ମୋ ହୃଦ ଆକାଶ

ଉଡ଼ିବାକୁ ଇଚ୍ଛା ହେଲେ, ଆସିପାର ଧାଇଁ..!!


ଚାଲିଗଲା ବୋଲି ଆଜି ଦୋଷ ଦେବି କାଇଁ

ମାଟି ନୁହେଁ ତା ପାଖେ ମୁଁ, ଆକାଶର ଛାଇ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍