STORYMIRROR

jagabandhu sahu

Others

3  

jagabandhu sahu

Others

ଆକାଶଦୀପ

ଆକାଶଦୀପ

1 min
394

ଗାଆଁ ଗାଉଁଳିରେ କାର୍ତ୍ତିକ ମାସରେ

   ଅଛି ଏହି ପରମ୍ପରା

ନଳ ବାଉଁଶରେ ଶିକା ଠେକି ବାନ୍ଧି

  ପୂଜନ୍ତି ଯେ ମାସ ସାରା


ନିତି ସନ୍ଧ୍ୟା ବେଳେ ଠେକି ମଧ୍ୟେ ଦୀପ

   ଦିଅନ୍ତି ଯତନେ ରଖି

ହରିବୋଲ ହରିବୋଲ ଡାକ ଦେଇ

  ଦିଅନ୍ତି ଉପରେ ଟେକି


ଦପ ଦପ ହୋଇ ଜଳେ ରାତି ସାରା

  ଠେକି ମଧ୍ୟେ ସେଇ ଦୀପ

ସଂସାର ହାଟରେ କାର୍ତ୍ତିକ ମାସରେ

   ନାଆଁ ତା ଆକାଶ ଦୀପ



Rate this content
Log in