STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଆକାଶ

ଆକାଶ

1 min
233


ସୁନୀଳ ଅନନ୍ତ ବିସ୍ତିର୍ଣ୍ଣ ଆକାଶ ସତେକି ନୀଳ ଦର୍ପଣ

ଧରିତ୍ରୀ ର ପ୍ରସାଧାନ ପାଇଁ ଅବା ବିହି କରିଛି ନିର୍ମାଣ ।।


ପ୍ରଭାତ ଅରୁଣ ଅରୁଣିମା ରଙ୍ଗେ ରଙ୍ଗାୟିତ ହୋଇ ଫୁଟେ

ସାୟାହ୍ନେ ମିହିର। ସୁବର୍ଣ୍ଣ ର ଛିଟା ଆକାଶେ ଉକୁଟି ଉଠେ ।।


ଶୂନ୍ୟ ମହାଶୂନ୍ୟ ଆକାଶ ରାଇଜ ବିଚରଇ ମେଘ ମାଳା

ଚମକେ ବିଜୁଳି ମାରେ ଘଡଘଡି ମେଦିନୀ ହୁଏ ଉତ୍ତଳା ।।


ହସେ ଇନ୍ଦ୍ରଧନୁ ସାତରଙ୍ଗ ତନୁ ମନ କରଇ ବିମୁଗ୍ଧ

କଳାମେଘ ତଳେ ଲୁଚକାଳିଖେଳ କେବେସୂର୍ଯ୍ୟ କେବେଚନ୍ଦ୍ର ।।


ଗୋଧୂଳି ଆକାଶେ ଡାଆଁଣିଆ ଖରା ଆମୋଦିତ ହୁଏ ଧରା

ସେଠାରେ ସାମ୍ଭାବ୍ୟ ନନ୍ଦନ କାନନ ଆକାଶ ଗଙ୍ଗାର ଧାରା ।। 


ସଞ୍ଜ ହେଲେ ଗ୍ରହ, ନକ୍ଷତ୍ର ସମୁହ ତାରକା ର ଫୁଲ ଫୁଟେ

ଜହ୍ନ ଖେଳଇ ଆକାଶ ଛାତିରେ ରଜତ ଯୋଛନା ଛାଟେ ।।


କେବେ ଧୁମକେତୁ ଉଲକା ପତନ ସୂରୁଯ,ଚନ୍ଦ୍ର ମଣ୍ଡଳ

ପରାଗ,ଗ୍ରହଣ ମହା ଜାଗତିକ ମିଳନ ଅଲଭ୍ୟ ଖେଳ ।।


ଆକାଶ ଉଦରେ ସରଗ ରାଇଜ ବଇକୁଣ୍ଠ ତହିଁ ସ୍ଥିତ

ବ୍ରହ୍ମ ଲୋକ ତହିଁ ବାସବ ସଦନ ଅଳକା ପୁରୀ ଶୋଭିତ ।।


ଝରଇ ଶିଶିର ବରଷାର ଜଳ ରୌଦ୍ର ତାପ ପଡେ ଧରି

ଧନ୍ୟ କଳାକାର କରିଛି ସୁନ୍ଦର ଗଢିଛି ଯତନ କରି ।।


ତାପଦେ ପ୍ରଣତି ଯଣାଉଛି ନିତି କରେ ତାର ଜୟ ଗାନ

ଆକାଶ ସମାନ ସ୍ଵତ୍ସ ହୃଦ ତୁମେ ଅଟ ଭଗବାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍