STORYMIRROR

SACHALA GURU

Others Children

3  

SACHALA GURU

Others Children

ଆକାଶ

ଆକାଶ

1 min
246

ଅଖିଳ ବିଶ୍ୱର ତୁମେ ହିଁ ଈଶ୍ୱର 

   ସକଳ ସୃଷ୍ଟି କରତା 

ଅନନ୍ତ ଅସୀମ ତୁମେତ ସସୀମ 

   ସଭିଙ୍କ ଭାଗ୍ୟ ବିଧାତା ।୧।

ତୁମ୍ଭ ବିନା ଆନ ସବୁ ଅଟେ ଶୂନ୍ୟ 

   ସର୍ବ ଜୀବର କାରଣ 

ଭିନ୍ନ ଭିନ୍ନ ମତେ ସୃଷ୍ଟି ଯେ ତୁମର 

   କରିଛ ତାର ଭିଆଣ ।୨।

ପଞ୍ଚ ମହାଭୁତେ ଗଠିତ ଏ ବିଶ୍ୱ 

  ତହିଁରୁ ଅଟେ ଆକାଶ 

ତା ମଧ୍ୟେ ଖଂଜିଛ ସୂର୍ଯ୍ୟ ଚନ୍ଦ୍ର ତାରା 

   ଗ୍ରହ ଉପଗ୍ରହ ଦୃଶ୍ୟ । ୩।

ନୀଳ ଆକାଶରେ ଏ ମହା ଶୂନ୍ୟରେ 

    ଘଟଇ କଳା ବାଦଲ 

କିଛି କ୍ଷଣ ପରେ ଭାର ବଢିଗଲେ 

    ପଡି ଦିଶେ ଝଲ ମଲ ।୪।

କାଳ ବୈଶାଖୀ ବିଜୁଳି ପ୍ରକାଶୀ 

    ଧାରାରେ ଫଳ ତୁଷାର 

ଇନ୍ଦ୍ରଧନୁ ପଡେ ସାଗର ବକ୍ଷ ରେ

    ଦିଗ ଦକ୍ଷିଣ ଉତ୍ତର । ୫।

ପୂର୍ବରେ ଉଦିତ ପଶ୍ଚିମ ରେ ଅସ୍ତ 

     ଅପରାହ୍ନ ରେ ଗୋଧୂଳି 

ନୀଳ ଆକାଶରେ ସମୁଦ୍ର ବକ୍ଷରେ 

     ନୀଳ ଦ୍ୱିଗୁଣିତ ଭଳି । ୬।

ମୁକ୍ତ ଆକାଶରେ ଆନନ୍ଦେ ବିହରି 

    ପ୍ରତି ବିହଙ୍ଗମ ଗଣ 

ଗଗନ ମାର୍ଗରେ ବ୍ୟମ ଯାନ ମାନ 

    ଯାତାୟାତ ପ୍ରତି କ୍ଷଣ । ୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ