Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalish Chandra Parhi

Others

2  

Kalish Chandra Parhi

Others

ଆକାଶ

ଆକାଶ

1 min
6.7K



ବହୁରୂପଧରୁ-ଆକାଶ

ବହୁରୂପା-ସମତୁ ,

ସ୍ଵର୍ଣ -ଆଭରଣେ-ଶରୀର

କେତେବେଳେ-ମଣ୍ଡୁତୁ।

କେତେବେଳେପୁଣି-ସୁନେଲି

ତାରା-ରତ୍ନ-ଖଚିତ,

ଧବଳ-ବରଣେ-ହେଉତୁ

କେବେକେବେ-ମଣ୍ଡିତ।

ରାତ୍ରୀର ଅଂଧାର-କେବେବା

ହେଉଅଂଗରେ-ବୋଳି

ଗାଢନୀଳରଂଗ-ରାଜିରେ

କେବେଉଠୁବା-ଝଳି।

ମେଘଛଳେ-କେଡେବିଚିତ୍ର

ରୂପ-କରୁଧାରଣ,

ମିଶ୍ରିତରଂଗକୁ-କେବେବା

କରିଥାଉ-ଭୂଷଣ।

କେବେକେବେ-ମୁନିପରାୟ

ଦିଶୁ-ଗମ୍ଭୀର ଅତି,

ମନେଭାବାନ୍ତର-ଜାଗଇ

ଦେଖିତୋରସେ-ମୂର୍ତ୍ତି

ନିଃଶଂକ-ନିର୍ମଳ-ନିର୍ଲିପ୍ତ

ତୋର-ମୁଖମଂଡଳ,

ଭାବୁକରଭାବ-ସମୁଦ୍ର

ମଂଥିକରେ-ଉତ୍ଥଳ।

କ୍ରୀଡନକଶିଶୁ-ପରାୟ

କେବେଚପଳ-ମତି,

ଧରୁରେଆକାଶ-ଯାଉତୁ

ନାନାଖେଳରେ-ମାତି।

କେବେବାସାଗର-ପରାୟ

ତୁହିଦିଶୁ-ରୁଚିର,

ଫେନାୟିତ-ଶୁଭ୍ରଲହରୀ

ଶୋହେ-ବକ୍ଷଦେଶର।

ନନ୍ଦସୁତପ୍ରାୟ ଅଟୁରେ

ବଡମାୟାବୀତୁହି,

ତୋମାୟାର-ଚକ୍ରବ୍ୟୁହକୁ

କେବା-ଭେଦିପାରଇ।

କେତେଗ୍ରହ-କେତେନକ୍ଷତ୍ର

ହୃଦେ-ରଖିଚୁଧରି,

କେତେସ୍ବପ୍ନ-କେତେଆକାଂକ୍ଷା

ପ୍ରାଣେଦେଉଛୁଭରି.।

ଯାଦୁକରପ୍ରାୟଦେଖାଉ

କେତେବିଚିତ୍ରଖେଳ,

ଦେଖିନାଇଁକିରେ-ଆକାଶ

ଏଇ-ଆଖିମୋହର।

କ୍ଷଣେକ୍ଷଣେଧରୁ-ମୂରତି

ଭିନ୍ନଭିନ୍ନପ୍ରକାର,

କେମିତିବୁଝିବିତୋ-ମାୟା

ନିର୍ମାୟା-ମୋଅଂତର।

****

କୈଳାସଚନ୍ଦ୍ରପାଢୀ।

କୁମାରପୁର।



Rate this content
Log in