Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

4.0  

Prasanta kumar Hota

Others

ଆକାଶ

ଆକାଶ

1 min
195



ଆଶା ଯେବେ ହୁଏ ଅସୁମାରୀ ମୋର 

ଆକାଶକୁ ଚାହେଁ ଥରେ

ଦୂରତା ବିସ୍ତାରି ଦେଖେ ମୁଁ ତାହାକୁ

ଦୂର ଦିଗବଳୟରେ ।


କେ ପାରିବ ଛୁଇଁ ସେହି ଆକାଶକୁ 

ଆକାଶ ଅନନ୍ୟ ଆଶା

ଶୂନ୍ୟ ମଣ୍ଡଳରେ ଚତୁର୍ଦ୍ଦିଗେ ବ୍ୟାପ୍ତ 

ନାହିଁ ତାର ପରିଭାଷା। 


ଆକାଶେ ବାଦଲ ବିଜୁଳି ଚମକ

ତାରାଗଣ ଶୋଭାରାଜି

ସୁମେରୁ ସମୀରେ ସମକେ ତୁଷାର 

ଉଇଁ ଆସେ ଯେବେ ରବି ।


ଝରି ପଡୁଥିଲେ ଆକାଶୁ ତୁଷାର

ଝଲସାଏ ରଙ୍ଗରାଜି

ଆହା କି ସୁନ୍ଦର ଅପରୂପ ଚିତ୍ର 

ପ୍ରକୃତି ର ଏହି ଛବି।


ଆସେ ବିଭାବରୀ ଆକାଶକୁ ଚିରି

ଆଶାର ଲହରୀ ନେଇ

ତା ବକ୍ଷେ ଚନ୍ଦ୍ରମା ଅମୃତ ଜୋଛନା 

ଆକାଶେ ପ୍ରକାଶ ହୋଇ। 



Rate this content
Log in