ଆକାଶ
ଆକାଶ
1 min
178
ତୁମ ବ୍ୟାପକତା ଓ
ନୀଳିମା ଭିତରେ
ତୁମେ ଏତେ ମସଗୁଲ ଯେ
ଭାବନାହିଁ ଥରୁଟିଏ
ପକ୍ଷୀ ମନ କଥା l
ଯିଏ ତୁମ ବ୍ୟାପକତା
ଭିତରେ ହଜିଯିବାକୁ ଚାହେଁ,
ନୀଳିମା ତାକୁ ଛୁଇଁବାକୁ ଚାହେଁ,
ବାରମ୍ବାର ଉଡି ପୁଣି
ନିଉଟନଙ୍କ ଆପୁଲ ସାଜେ l
ତାହା ବି ସତ
ପୃଥିବୀ ପରି କଣ
ତୁମ ପାଖରେ କିଛି ଶକ୍ତି ଅଛି ?
ଯେ ତୁମେ କାହାକୁ ବାନ୍ଧି ରଖିପାରିବ
ଛନ୍ଦିଦେଇ ହଜାଇ ଦେବ
ତୁମ ନୀଳିମା ଭିତରେ l
ତୁମେ ତ ଶୂନ୍ୟ ଗର୍ଭା
ଶୂନ୍ୟରୁ ଶୂନ୍ୟତା ହିଁ ତୁମର ସତ୍ତା l
