STORYMIRROR

Bunee Tripathy

Others

4  

Bunee Tripathy

Others

ଆକାଶ

ଆକାଶ

1 min
238

ଦୂର ଦିଗବଳୟ ତଳେ

ପରିସୀମା ହୀନ

ପରିବ୍ଯାପ୍ତ ଆକାଶର ତଳେ

ଭାଷି ବୁଲୁଥିବା

ଭସା ଵାଦଲ

କାହାକୁ ଯେ ପ୍ରତିକ୍ଷା କରିଛି

କାହାର ବାଟ ଚାହିଁ

ଅନାଇ ବସିଛି

ସେ କଥା ତାକୁ ହିଁ ଜଣା।

ତୁ କିନ୍ତୁ ନିର୍ବିକାର

କରୁ ନାହିଁ ପ୍ରତିରୋଧ

କାହାର ଭଲରେ

ଅବା ମନ୍ଦରେ

ଦେଖୁଥାଉ ସବୁ

ନିର୍ଲିପ୍ତ ନୟନେ

କେତେ ଉଦାର ତୁ

ସୀମାହୀନ ଗଗନ ତୁ

ସଭିଁଙ୍କୁ ତୁ ବାନ୍ଧି ଥାଉ

ହୃଦରେ ତୋହର

ତାଙ୍କ ଦୁଃଖରେ ତୁ

ହେଇ ଯାଉ ନିଶି

ଅବା ଖୁସିରେ ତୁ ଦିବସର 

ହସ ନେଇ ହେଉ ଉଦଭାସିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍