ଆକାଶ
ଆକାଶ
1 min
179
ନୀଳ ଆକାଶର ନୀଳିମା ଭିତରେ
ନିଜକୁ ହଜାଇ ଦେବି,
ମନହୁଏ ଆଜି ପକ୍ଷୀଟିଏ ହୋଇ
ଜହ୍ନ ରାଇଜ ବୁଲିବି |
ଆହା କି ସୁନ୍ଦର ସୁନୀଳ ଆକାଶ
ସୂର୍ଯ୍ୟ,ଚନ୍ଦ୍ର,ତାରା ମେଳେ,
ଦିଗହରା ହୋଇ ଉଡିଯିବି ଥରେ
ଖେଳିବି ଆକାଶ କୋଳେ |
ଜହ୍ନ ଆଲୁଅରେ ତାରାଙ୍କ ଗହଣେ
ନିଜକୁ ହଜାଇ ଦେବି,
ଜୀବନର ସବୁ ଦୁଃଖ ଅବଶୋଷ
ମନରୁ କାଢି ଫିଙ୍ଗିବି |
ଭସା ବାଦଲର ମେଘମାଳା ଦେଖି
ଆନନ୍ଦେ ହେବି ମଗନ,
ଆକାଶ ବୁକୁରେ ଇନ୍ଦ୍ରଧନୁ ରଙ୍ଗେ
ରଙ୍ଗେଇବି ମନ ପ୍ରାଣ |
ସୁନ୍ଦର ସୃଷ୍ଟିର ସୁନ୍ଦର ଶୋଭାରେ
ତୃପ୍ତହେବ ମୋର ମନ,
ନୀଳାମ୍ଭୁ ଗଗନ ନିଳୟରେ ହଜି
ଜୀବନ କରିବି ଧନ୍ୟ |
