ଆକାଶ ଓ ମୁଁ
ଆକାଶ ଓ ମୁଁ
1 min
172
ଦିନେ ଥରେ...
ଧୂ ଧୂ ଖରାବେଳଟାରେ -
ବସିଥିଲି ଏକା ଏକା ନିରୋଳାରେ ;
ଆମଘର ବାରିପଟ ଝଙ୍କାଳିଆ ବରଗଛମୂଳେ ।।
ଏତେବେଳେ -
ଆକାଶଟା ହସିଦେଲା ଫେଁ କରି :
ସତେ ଅବା ବିଦ୍ରୁପ କରି ।
ପଚାରିଲି.... କାହିଁକି ଏ ଛଳ ???
କହିଲା ସେ -
ତୁ କେଡ଼େ ଛୋଟିଆ ଜୀବ ;
ଆଉ ମୁଁ କେଡ଼େ ବିଶାଳ !!
ଅହରହ ମୋ' ଦେହରେ ଶୋଭା-
ଶୁଭ୍ର ମେଘମାଳ,
ବରଷନ୍ତି ଝରାଫୁଲ ହୋଇ ସିକ୍ତକରି ମାଟିର ମଟାଳ ।।
ସବୁ ଶୁଣି ...
ମଥାନତେ କହିଲି ସଧୀରେ -
ତୋ'ଠାରୁ ତ' ହୄଦୟ ମୋ' ଆହୁରି ବିଶାଳ,
ମୋ' ଛାତିରେ କୋହଭରା ଦୁଃଖର ବାଦଲ ;
ବରଷନ୍ତି ଆଖି ଲୁହ ହୋଇ ସିକ୍ତକରି ପ୍ରୀତିର ମଶାଲ ।।
