STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ଆଜିଠୁ ଚାଲିବ ଟ୍ରେନ

ଆଜିଠୁ ଚାଲିବ ଟ୍ରେନ

1 min
11.9K

କରୋନା କବଳେ ଆଜି 

ଜିଲ୍ଲାଟା ମୋହର 

ଅସହାୟେ ହୁଏ ଥରହର 

ବେପାରୁଆ ଗତିରେ 

ମାଡ଼ି ଚାଲୁଅଛି ସେ 

ନ'କରି କାହାକୁ ଭୟ

ସତେ କେଡେ ନିଷ୍ଟୁର ହୃଦୟ ତାର 


ଗାଁଠୁ ସହର ସବୁଠି ଭାଳେଣୀ ପଡ଼ିଛି 

ଆଜିିଠୁ ଚାଲିବ ଟ୍ରେନ

ରୋଜଗାରୀଆ ପୁଅ ଘରକୁ ଫେରିବ 

ଘର ଦିଶିବ କେଡେ ସୁନ୍ଦର 


ଓଡ଼ିଶା ମାନ ଚିତ୍ରରେ 

ମୋ ଗଞ୍ଜାମ ଜିଲ୍ଲାଟା 

ରହିଥିଲା ଦିନେ ସବୁଜିମାମୟ 

ଲାଗୁଥିଲା ଆହା କେଡେ ସୁନ୍ଦର 

ହେଲେ ଆଜି ତାହା 

ରୋଡ଼ ଜୋନ୍ ପାଲଟିଲା 

ଲାଗୁଛି ଶ୍ରୀହିନ ମୁଖ ଦର୍ଶନ 


ସଙ୍ଗରୋଧ କଥା କହିଲେ ନ ସରେ

ବଡ଼ମାନେ ସବୁ ଆମେ ଉତୁପାତିଆ 

ଘରେ ରୁହ କହିଲେ 

ଅକାରଣେ ବାହାରେ ବୁଳୁଛେ

ସଭିଙ୍କୁ କରୁଛେ ଛାନିଆ


ପୋଲିସର ମୁଣ୍ଡ ଆମ୍ଭେ ଘୁରାଇ ଦେଉଛେ

ବୁଝୁ ନାହୁଁ ବାସ୍ତବତା

ଜଣେ ଭୂଲ କଲେ ସଭିଏଁ ଦଣ୍ଡ ଭୋଗିବା 

ସେତେବେଳେ ନ'ଥିବ କିଛି ବିକଳ୍ପ ଉପାୟ ପନ୍ଥା


ଶିକ୍ଷିତ ଯୁବକ ଦିନେ 

ପେଟ ପାଇଁ ଯାଇଥିଲା ଦାଦନ

ଆଜି ବହୁ ଅସୁବିଧା 

ଦୁଃଖକଷ୍ଟ ଭୋଗୀ ଗାଁକୁ ଫେରିଛି

ଗାଁ ବିଦ୍ୟାଳୟେ କାଟୁଛି 

ତା ସଙ୍ଗରୋଧ ଜୀବନ 


ସଙ୍ଗରୋଧ କେନ୍ଦ୍ର କଥା କହିଲେ ନ ସରେ

ସଙ୍ଗରୋଧ ଅଧିକାରୀ ଗାଁ ପୁଅକୁ ଦେଖି

ଦୂରରୁ ମାରୁଛି ଜୁହାର 

ଏବେ ଘର ନୂଆଁ ଜୋଇଁ ପୁଅ ତୁମେ 

ଖାଇବ ରହିବ ବିଦ୍ୟାଳୟ ହତା ମଧ୍ୟେ 

ଚାଖିବ ଭାତ ଡାଲି ସଙ୍ଗେ ଆଇଂସ 

ହଁ ଭାତ ଡାଲି ସଙ୍ଗେ ଆଇଂସ .....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍