Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଆଜିର ଶିଶୁ କାଲିର ଭବିଷ୍ୟତ

ଆଜିର ଶିଶୁ କାଲିର ଭବିଷ୍ୟତ

1 min
526


ଶିଶୁ ଈଶ୍ବରଙ୍କ କ୍ଷୁଦ୍ର ସଂସ୍କରଣ ସରଳ ବି ନିଷ୍କପଟ

ଦରୋଟି କଣ୍ଠରେ ମଧୁବୋଳା ବାଣୀ ସଭିଙ୍କୁ କରେ ଆକୃଷ୍ଟ ।


ପଡି ଉଠି ଚାଲେ ଠୁକୁଠୁକୁ ଚାଲି ମନମୋହକ ଚାହାଁଣୀ

ଦରୋଟି ହସର ଅପୂର୍ବ ମହକ ସମସ୍ତଙ୍କୁ ନିଏ ଟାଣି ।

ଶୈଶବ ପୌଗଣ୍ଡ ଅତିକ୍ରମି ଶିକ୍ଷା ଆଡକୁ ହୁଏ ଆକୃଷ୍ଟ

ବସ୍ତାନି ବୋଝରେ ବିଳପେ ଶୈଶବ ପାଠ ହୁଏ ମହା କଷ୍ଟ ।


ନୀତି ନିୟମର ନିଗଡରେ ତା'ର ସ୍ୱାଧୀନତା ହୁଏ ଲୋପ

ମାଟି ଖାଇ ଗୋଗୋଷ୍ଠରେ ବଢୁଥିଲେ ନନ୍ଦ ପୁଅ ସିନା ଗୋପ ।

ପିତା ମାତାଙ୍କର ମହତ୍ତ୍ଵାକାଂକ୍ଷାର ଶୀକାର ହୁଏ ଶୈଶବ

ସଂସାର ସଂସ୍କୃତି ଚୁଲିକି ଗଲାଣି ବଡ ଲୋକ ହେବା ଆଗ ।


ଏ ଦେଶର ଶିଶୁ ଶ୍ରମିକ ସାଜୁଛି ଦାରିଦ୍ର୍ଯର କଷାଘାତେ

ଅନାଥ ଶିଶୁର ଶୈଶବ କଟୁଛି ଜରି ଗୋଟାଳିର ସାଥେ ।

ବଡଘରେ ବନ୍ଧା ପଡେ ତା ଶୈଶବ ମାଜେ ଅଇଁଠା ବାସନ 

ମାଗଣା ଶିକ୍ଷାକୁ ମଧ୍ୟାହ୍ନ ଭୋଜନ କରେ ନାହିଁ ଆକର୍ଷଣ ।


କନ୍ୟାଶ୍ରମେ କାହିଁ ଯୌନ ଶୋଷଣ ବାଳାକୁ କରେ ଶିକ୍ଷକ

ଚେଙ୍ଖ ଦେଇ କାହିଁ ମାଲିକାଣୀ କରେ କିଶୋରୀକୁ ନିର୍ଯ୍ଯାତିତ ।

ପିତା ମାତାଙ୍କର ଉତ୍ତମ ସଂସ୍କାର ଶିକ୍ଷକର ନୀତି ବାଣୀ 

ପାଇ ଶିଶୁ ହେଉ ଭବିଷ୍ୟତ ଆମ ଦେଶ ନେଉ ଆଗେ ଟାଣି ।

         


Rate this content
Log in