Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଆଜିର ସାଧାରଣ ମଣିଷ

ଆଜିର ସାଧାରଣ ମଣିଷ

1 min
14.2K


ଆଜିର ସାଧାରଣ ମଣିଷ 

ବୁଦ୍ଧ: ତମେ କହିଥିଲ, ''କାମାନର ବିନାଶରେ ଦୁଃଖର ବିନାଶ'' , ମୁଁ ସାଧାରଣ ମଣିଷ, ମୋର ଦରକାର ନାହିଁ ,ଦେବତ୍ଵର ସନ୍ଧାନ , ସାଜିବାକୁ ନାହିଁ ଇଚ୍ଛା ବୌଦ୍ଧ ଭିକ୍ଷୁକ, ଶ୍ରବଣର ଜୀବନ ବି ଲୋଡ଼ା ନାହିଁ ମୋର ନ ମିଳୁ ପଛେ ମତେ ମୋକ୍ଷ, ରଖ ତୁମ "ପଞ୍ଚଶୀଳ ଏବଂ ତ୍ରିପିଟକ", ଆଜିର ଜୀବନ କରେ ଖାଲିଦାବି ଇଚ୍ଛା, କାମନା, ଆଉ ତାରି ଚରିତାର୍ଥ । (୧)

ଅସତ୍ୟ, ହିଂସା,ଅଧର୍ମ ଚାଲେ ଏଠି ଚାରିପାଦରେ, ଲୋକେତ ଭୁଲିଗଲେଣି କେବେଠୁ ଜଗନ୍ନାଥଙ୍କ ବଡ଼ଦେଉଳ, ବଡସିଂହାର ବେଶ, ବଡ଼ଦାଣ୍ଡର ମହତ୍ତ୍ୱ, ସାଗର ଯେ ତାର ମହୋଦଧି, ବିଶ୍ୱ ଭାତୃବାଦ ଯେ ତାରି ବାର୍ତ୍ତା । (୨)

ମତେ ବଞ୍ଚିବାକୁ ଦିଅ ! କାମନା, ଇଚ୍ଛା ,ଅଭିଳାଷକୁ ନେଇ କରି ସତ୍ୟ ଏ ଉକ୍ତିକୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ । (୩)

ମୁଁ ଯେ ଆଜିର କଂକ୍ରିଟ ଜଙ୍ଗଲରେ ବଞ୍ଚୁଥିବା, ପାଶ୍ଚାତ ଜୀବନ ଶୈଳୀକୁ ଅପଣାଇଥିବା, ବିକାଶର ଦୋୖଡରେ ହାଲିଆ ନ ହୋଇ ତା ସହ ଦୌଡ଼ୁଥିବା, ମୋ ସହରର ଲାଳସାର ରାକ୍ଷସ ହାତରେ ରାତିରେ ମରି ପୁଣି ସକାଳୁ ବଞ୍ଚି ଉଠୁଥିବା ଏବଂ ତାରି ଭିତରେ ଖୋଜୁଥିବା ଜୀବନର ମାନେ ହୋଇ , "ଆଜିର ସାଧାରଣ ମଣିଷ"।(୪)

@କାଶ୍ୟପ , ଦିବା-୦୧-୦୪ ମି, ତା-୦୫-୭-୧୬ , ରାୟଗଡ଼ା ।


Rate this content
Log in