STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଆଜିର ସାଧାରଣ ମଣିଷ

ଆଜିର ସାଧାରଣ ମଣିଷ

1 min
14.1K


ମତେ ଭଲ ଲାଗେ ବର୍ଷାରେ ଭିଜିବାକୁ ଭିଜାଜାଲୁଗାରେ

ଦିଶୁ ନ ଦିଶୁ ଥିବା ସୌନ୍ଦର୍ଯ୍ୟ ଦେଖିବାକୁ ।

ବସନ୍ତର ହେବାକୁ ଉନ୍ମାଦିତ,

ଗ୍ରୀଷ୍ମର ସବୁ ତାତିକୁ ମାପିବାକୁ,

ଶୀତୁଆରାତିରେ ଚାଲିବାକୁ।(୧)

ମତେ ଭଲ ଲାଗେ,

ଜ୍ୟୋତ୍ସ୍ନା ବିଧୌତ ରଜନୀ

ଫଗୁଣର ସବୁ ରଙ୍ଗ

ପାହାଡର ସ୍ଥିତପ୍ରଜ୍ଞ ତପସ୍ୟା

 ଜୀବନର ଦୌଡ଼ି ହାରି ଯାଉଥିବା ମଣିଷର

ଜିତିବାର ଅଭିପ୍ପା, ମଣିଷର ମଣିଷପଣିଆ । (୨)

ମତେ ଭଲ ଲାଗେ,

ପ୍ରେମ, ଦୟା, କରୁଣା,

କ୍ଷମା, ଭ୍ରଷ୍ଟତାହୀନ ରାଜନୀତି

ସତ୍ୟ,ଅହିଂସା, ଧର୍ମ

ଜ୍ଞାନ, ବୋଧ,ମୋକ୍ଷ,

ପ୍ରାର୍ଥନା, ପୂଜା, ହୋମ,

ଆଉ ଜୀବନଯଜ୍ଞ,

ହେଲେ ଏଠି ସବୁ ଆଜି ବିପରୀତ,

ମଣିଷର ରାକ୍ଷସତ୍ୱ ଯେ ଏତେ ଭାରି

ଆତ୍ମ ଖୋଜିପାରୁନି

ଆଉ ଦେବତ୍ଵ

ମଣିଷ ସାଜିଛି

ଦ୍ଵିମୁଖୀ ସ୍ଵାର୍ଥ ଅନୁସନ୍ଧିତା

ବିକାଶ ପଛରେ

ଦୌଡ଼ୁ ଥିବା ଭୀଷଣ ଦୈତ୍ୟ  (୩)

ତଥାପି ମରିନି ଆଶା

ମଣିଷ ତ ଦିନେ ବଦଳିବ,

ଆଉ ଗଢ଼ିବ

ତା ନିଜସ୍ୱ ଅନ୍ତର୍ନିହିତ ଶକ୍ତି ବଳରେ

ଏକ ଭିନ୍ନ ପୃଥିବୀ,

ସେଠି ବହି ଚାଲିଥିବା

ବିଶ୍ଵ ଭାତୃଭାବର ଭାବନା,

ଶାନ୍ତି,ମୈତ୍ରୀ, ଧର୍ମ ସ୍ଥାପନର କୃଷ୍ଣଅର୍ଜୁନଙ୍କ

 "'କପିଧ୍ୱଜ "'କେବଳ ""କପିଧ୍ୱଜ "

କାରଣ ମୁଁ ଜଣେ ଆଶାବାଦୀ

ଆଜିର ସାଧାରଣ ମଣିଷ ।(୪)


Rate this content
Log in