STORYMIRROR

ବଳରାମ ବାରିକ

Others

3  

ବଳରାମ ବାରିକ

Others

ଆଜିର ରାଜନୀତି

ଆଜିର ରାଜନୀତି

1 min
474



ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର

ପରସ୍ପର କୋଳାକୋଳି।

ଦିନେଥିଲୁ ଆମେ ସର୍ପ ଓ ନକୁଳ

ଆଜି ସ୍ନେହ ବୋଳାବୋଳି।


ଲଢ଼ୁଥିଲୁ ଯେନ୍ହେ ଶ୍ୱାନ ଓ ମର୍କଟ

ବୁଝାମଣା ଆମ ସରିଛି।

ଗୋଟିଏ ଘାଟରେ ସିଂହ ଓ ମିରିଗ

ପାଣି ପିଆପିଇ ଚାଲିଛି।


ଏ ଦଳରୁ ତୁହି ସେ ଦଳରୁ ମୁହିଁ

ଡିଆଁଡେଇଁ ଏବେ ଚାଲେରେ।

ହବା ଥଇଥାନ ହବ ଯେ ଉଥାନ

ଚଉଦ ପୁରୁଷ ଆମରେ।


ଦୁର୍ବାର ଲକ୍ଷ ହେବ ଆମ ପକ୍ଷ

ଏ ମଳିମୁଣ୍ଡିଆ ଜନତା।

ଗଣିନେବା ମୁଣ୍ଡ ବନ୍ଦ କରି ତୁଣ୍ଡ

ଦେଇ ବିରିୟାନି ରାଇତା।


ନାହିଁ ଜାତୀୟତା ଖାଲି ଚଞ୍ଚକତା

କଳେ ବଳେ ମିଳୁ ଗାଦି।

କାଉଁରୀର ମାୟା ସବୁ ଏଠି ବାୟା

ସରିଛି ଫିକର ଫନ୍ଦି।


କର୍ଣ୍ଣ ମରୁ ଅବା ଅର୍ଜୁନ ନିହତ

ପାଣ୍ଡବ ରହିବେ ପାଞ୍ଚ।

ମୋ ପୁଅ ଏପଟେ ମୁଁ ଆରପଟେ

କରିଛୁ ଭିତିରି ପେଞ୍ଚ।


✍️ବଳରାମ ବାରିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍