STORYMIRROR

Mamata kumari Behura

Others

3  

Mamata kumari Behura

Others

ଆଜିର ନାରୀ

ଆଜିର ନାରୀ

1 min
205

ଭାରତୀୟ ପରମ୍ପରା

 ଅଟେ ବଡ଼ ମହାନ୍

ଯୁଗେ ଯୁଗେ ନାରୀକୁ

 ମିଳି ଆସିଛି ସମ୍ମାନ। 


ଭାରତୀୟ ସଂସ୍କୃତିରେ ସର୍ବଦା 

ପୂଜା ପାଇଛି ନାରୀ, 

ଶକ୍ତିମୟୀ ନାରାୟଣୀ ସେ 

ଭିନ୍ନ ଭିନ୍ନ ରୂପା ତାହାରି। 


ପ୍ରାଚୀନ କାଳର ସମାଜର ନିୟମରେ

ବନ୍ଧା ଥିଲା ନାରୀର ଜୀବନ, 

ଘରର ଚାରି କାନ୍ଥ ଭିତରେ ଲଜ୍ଜାବତୀ

କୁଳ ବଧି ରୂପେ ଭୋଗୁଥିଲା ଅନେକ କଷଣ। 


ପୁରାଣ କହେ କିନ୍ତୁ ନାରୀର ସ୍ଥାନ 

ସର୍ବଦା ଉପରେ, 

ପୂଜା ପାଏ ଯୁଗେ ଯୁଗେ 

ଶକ୍ତି ସ୍ୱରୁପିଣୀ ରୂପରେ। 


ଆଜି କିନ୍ତୁ ସମୟ ବଦଳି ଯାଇଛି, 

ନାରୀ ପୁରୁଷ ସହିତ ସମକକ୍ଷ ହୋଇ ଯାଇଛି। 

ସମୟ ସାଥିରେ ତାଳ ଦେଇ

ଅତୀତକୁ କାଳ୍ପନିକ କାହାଣୀ ଭାବିଛି। 


ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ

ଦାୟିତ୍ୱ ବହନ କରି ଅଗ୍ରଣୀ ହୋଇଛି। 

ଆକାଶରେ ଉଡ଼ି ପାରୁଛି ଆଉ ପୁଣି

ସାଜୁଛି ସୈନିକ, 

ଶତ୍ରୁକୁ ସଂହାର କରିବା ପାଇଁ

ହାତରେ ଧରୁଛି ବନ୍ଧୁକ। 


ସାଜିଛି ସେ ରାଣୀ ଲକ୍ଷ୍ମୀବାଇ 

ଆଉ କଳ୍ପନା ଚାୱାଲା, 

କାରୀଗରି ଜ୍ଞାନ କୌଶଳରେ

ପୁରୁଷଙ୍କ ସହ ସମକକ୍ଷ ହେଲା। 


ଶାସନ କଳରେ ପାଦ ଥାପି

ସାଜିଛି ଜନତାଙ୍କ ନେତ୍ରୀ, 

ନାରୀ ସଶକ୍ତିକରଣରେ ହାତ ଛନ୍ଦି

ହୋଇଛି ଉନ୍ନତି ପଥର ଯାତ୍ରୀ। 


ନିଜର ଆତ୍ମ ସୁରକ୍ଷା ପାଇଁ

ଶିଖିଛି ଆତ୍ମରକ୍ଷା କୌଶଳ, 

ସମାଜର କଳଙ୍କିତ ନିନ୍ଦା ଅପବାଦରୁ

ମୁକୁଳିବାକୁ ଉଠାଉଛି ସ୍ୱର। 


ଯୁଗ ସହ ତାଳଦେଇ 

ପୁରୁଷ ସହ ସମକକ୍ଷ ହେବାକୁ, 

ସର୍ବଦା ଆଗେଇ ଚାଲିଛି 

କେବେ ଚାହିଁ ନାହିଁ ପଛକୁ। 


ତଥାପି ସେ ଭୁଲି ନାହିଁ 

ତା'ଋ ସଂସ୍କାର ଆଉ ପରମ୍ପରାକୁ, 

ସୁଶିକ୍ଷିତା ନାରୀ ଆଜି 

ସୁରକ୍ଷା ଦେଉଛି ତା'ର ପରିବାରକୁ। 


ମନେ ରଖିବା ଗୋଟିଏ କଥା

ସବୁ ସଫଳ ପୁରୁଷଙ୍କ ପଛରେ, 

ନାରୀର ପ୍ରେରଣା ରହିଥାଏ

ଘରେ ହେଉ ଅବା ବାହାରେ।

        


Rate this content
Log in