STORYMIRROR

Niranjan Mishra

Others

3  

Niranjan Mishra

Others

ଆଜିର ନାରୀ

ଆଜିର ନାରୀ

1 min
116


ଗୋଟିଏ ଟଙ୍କାର ଦୁଇ ପାଖ ଭଳି

ସଂସାରରେ ନର ନାରୀ।

କରନ୍ତି ନିବାସ ବିଷାଦ ହରଷ

ମନେ ବା ଥାଏ କାହାରି।


ଦେଶ ଜଣାଯାଏ ଝିଅର ପାଠରୁ

ଜାଣନ୍ତି ଏହା ସଭିଏଁ ।

ଆଜିର ନାରୀ ବୁଝିଛି ଏହି କଥା

ପ୍ରଗତିଶୀଳା ସେ ହୁଏ ।


ଅଦମ୍ୟ ଉତ୍ସାହ ବିଶ୍ୱାସ ବଳରେ

ବର୍ଦ୍ଧିତ ଆଜିର ନାରୀ ।

ଧରାକୁ ସରା ସେ ଜ୍ଞାନ କରିଥାଏ

ନ ଯାଏ କେବ ସେ ହାରି ।


ଜଗଜ୍ଜିତା ସିଏ ନିପୂଣା କର୍ମରେ

ନାହିଁ ବି ଏମିତି କାମ ।

ଯେଉଁଥିରେ ସିଏ ନ ଦେଇଛି ଯୋଗ

ପାଳି ନିଜର ଧରମ ।


ସମକକ୍ଷ ହେବ ପୁରୁଷ ସହିତ

ଲାଗିଛି ଆଜିର ନାରୀ ।

ନାରୀ ସ୍ଵାଧୀନତା ନାରୀ ସ୍ଵାଧୀନତା

ସବୁଠି ପଡୁଛି ହୁରି ।


ସକଳ କ୍ଷେତ୍ରରେ ଅବତୀର୍ଣ୍ଣା ଆଜି

ଆଧୁନିକା ନାରୀ ସିଏ ।

ଜ୍ଞାନ ବିଜ୍ଞାନର ଆଲୋକ ବର୍ତ୍ତିକା

ସଭିଙ୍କୁ ବାଟ ଦେଖାଏ ।


ଗରବ କରନ୍ତି ପିତା ମାତା ତାର

ଦେଖି ତାର ବୁଦ୍ଧି ବଳ ।

କେତେ ନୂଆ ନୂଆ ଉଦ୍ଭାବନ କରେ

କରି କଳ କଉଶଳ ।


ପାରିବିନି ବୋଲି ଭାବନା ତାହାର

ମନରେ ଟିକିଏ ନାହିଁ ।

ସାଧନାରେ ତାର ସିଦ୍ଧି ସେ ଲଭିଛି

ଆଜିର ନାରୀ ତ ସେହି ।


Rate this content
Log in