STORYMIRROR

Niranjan Sahu

Others

4  

Niranjan Sahu

Others

ଆଜିର ମଣିଷ ଯୁଗ ବଦଳିଲା କହୁଛି

ଆଜିର ମଣିଷ ଯୁଗ ବଦଳିଲା କହୁଛି

1 min
253

ରାବଣ ବି ଥିଲା କଂସ ବି ଥିଲା

ରାମ ବି ଥିଲା କୃଷ୍ଣ ବି ଥିଲା

ଧର୍ମ ବି ଥିଲା ଅଧର୍ମ ବି ଥିଲା

ପାପ ବି ଥିଲା ପୁର୍ଣ୍ୟ ବି ଥିଲା

ସତ୍ୟ ବି ଥିଲା ମିଥ୍ୟା ବି ଥିଲା

ହିଂସା ବି ଥିଲା ଅହିଂସା ବି ଥିଲା

ତ୍ରେତୟା ରେ ଥିଲା ଦ୍ଵାପର ରେ ଥିଲା

କଳିଯୁଗରେ ବି ରହିଛି

ତ୍ରେତୟା ଦ୍ଵାପର ଭଲ ହୋଇଗଲା

କଳିଯୁଗ ନିନ୍ଦା ପାଉଛି ।


ଆଜିର ମଣିଷ ସ୍ୱାର୍ଥପର ହେଲା

ନିଜ ସୁଖ ପାଇଁ ସମ୍ପର୍କ ଛାଡିଲା

ସୁଖ ଛାଡି ଦୁଃଖ ପଛରେ ଧାଇଁଲା

ଧନ ଧନ ବୋଲି କଲବଲ ହେଲା

ସାରା ଜୀବନଟା ଅଶାନ୍ତି ହୋଇଲା

ବାପା ମାଆ ଙ୍କୁ ହୀନିମାନ କଲା

ମିଛରେ ମଣିଷ ବଞ୍ଚୁଛି

ଆଜିର ମଣିଷ ନିଜେ ଭୁଲ କରି

ଯୁଗ ବଦଳିଲା କହୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍