STORYMIRROR

Trushna Das

Others

3  

Trushna Das

Others

ଆଜିର ଦୁନିଆରେ କିଏ ବିଜେତା....???

ଆଜିର ଦୁନିଆରେ କିଏ ବିଜେତା....???

1 min
149


ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ଅନ୍ୟର ଖୁସି ପାଇଁ ସବୁ ସହି ହାରି ଯାଉଥିବା ବ୍ୟକ୍ତି 

ନା ଅନ୍ୟକୁ କଷ୍ଟ ଦେଇ ଜିତୁ ଥିବା ଲୋକଟି।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ସତ୍ୟରେ ରହୁଥିବା ଲୋକ ନା

ଯିଏ କହୁଥାଏ ସର୍ବଦା ମିଥ୍ୟା।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ସମସ୍ତଙ୍କୁ ହସାଉ ଥିବା ଲୋକ 

ନା ସମସ୍ତଙ୍କୁ କନ୍ଦାଉ ଥିବା ଲୋକ।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ସମସ୍ତଙ୍କ ମନକୁ ଯିଏ ଜିଣେ 

ନା ସମସ୍ତଙ୍କ ହୃଦୟ ସହ ଯିଏ ଖେଳେ।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ସମସ୍ତଙ୍କ ସହ ମିଳିମିଶି ଯିଏ ଚଳେ 

ନା ସମସ୍ତଙ୍କ ଠାରୁ ଦୂରେଇ ଏକୁଟିଆ ରୁହେ।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ଯିଏ ହୃଦୟରୁ ସମ୍ପର୍କ ଯୋଡେ

ନା ଯିଏ ସମ୍ପର୍କ ସ୍ୱାର୍ଥ ପାଇଁ ବାନ୍ଧେ ।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ନ୍ୟାୟରେ ରହି ସଂଘର୍ଷ କରେ 

ନା ଅନ୍ୟାୟରେ ରହି ହୁକୁମ ଚଲାଏ।।

ଆଜିର ଦୁନିଆରେ କିଏ ବିଜେତା

କାହାକୁ ଜଣା ତାର ପରିଭାଷା

ସମସ୍ତଙ୍କ ପାଇଁ ଅଲଗା ଅଲଗା

କଥାରେ ଅଛି ଏ ଯେ କଳି ଯୁଗ ପରା।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍