STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଆଜିର ଦିନ

ଆଜିର ଦିନ

1 min
206

ଆଜିର ଦିନଟି ଶୁଭଙ୍କର ହେଉ

ସଂସାର ବୁକୁରେ ଆମ

ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାଟା

ବର୍ଷି ଯାଉ ଛମଛମ।୧


କୃଷକର ଆଜି ମହାପର୍ବ ଅଟେ

ଅକ୍ଷିମୁଠି ଯାଇକର

ବିଶ୍ୱ ଦରବାର ଚାହିଁ ରହିଅଛି

ଖାଇବା ଦେବା ବର୍ଷର।୨


ଶୁଭଦିନ ବୋଲି ଆଜିର ଦିନଟି

ସବୁଠି ଚର୍ଚ୍ଚା ହେଉଛି

ପ୍ରତି ଘରେଘରେ ଉତ୍ସବ ମାହୋଲ

ନାଚଗୀତ ଚାଲୁଅଛି।୩


ଘରକୁ ପ୍ରତିଷ୍ଠା ବିବାହ ଓ ବ୍ରତ

ଯିଏ ଆଜି କରିଥିବ 

ଅକ୍ଷୟ ଜୀବନ କଳକଳ ହୋଇ

ଯୁଗକୁ ବରଷି ଯିବ।୪


ସତ୍ୟ ଶାନ୍ତି ଆଉ ପବିତ୍ରତା ଯଦି

ଆଜି ଯେ ନିଷ୍ଠାର ସହ

କରି ଚାଲିଥିବ ଭବିଷ୍ୟ ଜୀବନ 

ଆନନ୍ଦରେ ଚହଚ଼ହ।୫


ଜୀବନ ଯୌବନ କ୍ଷଣସ୍ଥାୟୀ ଭାଇ

ଏହାକୁ ଦୃଷ୍ଟିରେ ରଖି

ଶୁଭକର୍ମ ଆଜି କରିବା ନିଶ୍ଚିନ୍ତ

ଅକ୍ଷୟ ତୃତୀୟା ସାକ୍ଷୀ।୬


ଏହି ଦିବସଟି ପବିତ୍ର ଭାଇରେ

କରବାନି ହେୟଜ୍ଞାନ

ନ ହେଲେ ଭବିଷ୍ଯ କିଏ ବା କହିବ

ହୋଇ ନ ଯିବ ମଳିନ?୭


ବଡ଼ ଶରଧାରେ କୃଷକ ଭାଇଟି

ନୂଆ ସବୁ କରିଥାଏ

ଲଙ୍ଗଳ ବୁରୁଣି କୁଲା ଅବା ଇଷ

ବ୍ୟବହାର ପାଇଁ ଧରେ।୮


ପ୍ରତିଘରେ ଆଜି ପୂଜା ଆଉ ପାଠ

ସ୍ମରଣ କରିକି ଲକ୍ଷ୍ମୀ

କ୍ଷୀରି ପୁରି ଖାଇ ଖୁଆଏ ପଡୋ଼ଶୀ

ସନ୍ତୋଷ ହେବାର କାମୀ।୯


ଭୁଲ ବୁଝିବାନି ହେ ଭାଇ ଭଉଣୀ

ଏହା ଈଶ୍ୱରଙ୍କ ଇଚ୍ଛା

ଖଣ୍ଡନ କରିଲେ ଦୁଃଖ ଆସିପାରେ

କାମୁଡି଼ଲା ପରି ବିଛା।୧୦



Rate this content
Log in