STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଆଜିର ବନ୍ଧୁତା

ଆଜିର ବନ୍ଧୁତା

1 min
254

ବନ୍ଧୁତାର ମାନେ ବୁଝେନି ଦୁନିଆଁ

   ସ୍ବାର୍ଥେ ଆଜି ଅନ୍ଧ ହୋଇ

ବନ୍ଧୁର ବିଶ୍ବାସେ ବନ୍ଧୁ ଭରେ ବିଷ

    ବନ୍ଧୁତାର ଦ୍ବାହି ଦେଇ

କାହାକୁ ସହଜେ ବିଶ୍ବାସ ହେଉନି

   ଏ ମାୟା ସଂସାରେ ଆଜି

ବନ୍ଧୁ ରଚିଥାଏ ବନ୍ଧୁ ପାଇଁ ଆଜି

    କପଟର ପସାକାଠି

ବନ୍ଧୁ ବୁଝେନାହିଁ ବନ୍ଧୁର ଦୁଃଖକୁ

    ମିଛେ ହୋଇ ଅହଙ୍କାରି

ବନ୍ଧୁ ଖେଳେ ହୋଲି ବନ୍ଧୁର ରକତେ

    ହୃଦରେ ଛଳନା ଭରି

ବନ୍ଧୁତାର ମାନେ ପଚାରିବ ଯଦି

    କହିବ ସେ କିମ୍ବଦନ୍ତୀ 

ବନ୍ଧୁତାର କଥା କୃଷ୍ଣ ସୁଦାମାଙ୍କ

    ପୁରାଣ ରଖିଛି ଗୁନ୍ଥି

ଏତିକି କହିବି ଏ ବନ୍ଧୁତା ଦିବସେ

    ସର୍ବେ ରୁହ ସଦା ଖୁସି

ତୁମ ଖୁସି ଦେଖି ନିଜ ଦୁଃଖ ଭୁଲି

    ମୁଁ ମଧ୍ୟ ଦେବି ହସି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍