STORYMIRROR

ସନାତନ ଦାସ

Others

2  

ସନାତନ ଦାସ

Others

ଆଜିର ଭଲ ପାଇବା

ଆଜିର ଭଲ ପାଇବା

1 min
3.1K

ଆଖି ପଲକରେ ନିଦ ଆସୁନଥିଲା,

ଯେବେ ରାତି ସାରା 

ହ୍ଵାଟ୍ସଆପରେ ଚାଲୁଥିଲା ଅବିରତ ଲଭ ମେସେଜର ଧାରା....


ଆଜି ବି ସେଇ ରାତି ଅଛି, ମୁଁ ଅଛି

ମୋ ମୋବାଇଲ ବି ଅଛି,


ହେଲେ ନାହିଁ ତୁମ ମେସେଜର ପଦ ଚିହ୍ନ,

 

ମୋ ଦୁଆରଟା ଖୋଲା ଅଛି,।


ବାଟ ଭୁଲି ଗଲ କି?


ଅବା ହୋଇଗଲ ଦୃଷ୍ଟି ହିନ,


ପଥ ହୁଡି ଆଉ କାହାର ଦୁଆରେ କରାଘାତ କରି ମେସେଜ

ସବୁ ଫିଙ୍ଗି ଦେଲଣି ତାର ମୋବାଇଲରେ...?


ବ୍ଲକ୍ କରି ମୋତେ ନିଜ ଠାରୁ,

ଆଉ କାହା ପାଇଁ ତୁମେ Unblock ହୋଇଗଲଣି....


କଣ୍ କହିବି ବା ତୁମକୁ?


ଚୀନ୍ ଆପ୍ ପରି କରିବି କି ତୁମକୁ 

ଅନଇଂଷ୍ଟଲ,

କିମ୍ବା new install କରିବି

ଆଉ କାହାକୁ ତୁମ ସ୍ଥାନରେ

ମୋ ମୋବାଇଲର ହ୍ଵାଟ୍ସଆପରେ....??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍