STORYMIRROR

Bidulata Sahoo

Others

4  

Bidulata Sahoo

Others

ଆଜିକାଲି କାର ଫ୍ରେଣ୍ଡ୍

ଆଜିକାଲି କାର ଫ୍ରେଣ୍ଡ୍

1 min
350


ଡେରିରେ ଶୋଇବା ଡେରିରେ ଉଠିବା ଆଜି କାଲି କାରଟ୍ରେଣ୍ଡ,

ମୋବାଇଲ ଥିଲେ ସବୁ କିଛି ଅଛି ଲୋଡା ନାହିଁ ଆଉ ଫ୍ରେଣ୍ଡ୍ ।


ମାଉସୀ, ପିଉସୀ ଘର ଯିବା ପାଇଁ ମାଆ ଯଦି କେବେ କହୁଛି,

ପିଲା କହେ ତୋର ଇଚ୍ଛା ଯଦି ତୁ ଯାଆ ମୋବାଇଲ ରେ ମୁଁ ଖେଳୁଛି ।


ଛୋଟିଆ ପୋଷାକ ପିନ୍ଧି ବା ହେଲାଣି ଝିଅ ମାନଂକର ମାନିଆ,

ପିଲା ଙ୍କ ର ଏଇ ପୋଷାକ କୁ ଦେଖି ଗୁରୁ ଜନମାନେ ଛାନିଆ।


ଫାଷ୍ଟଫୁଡ୍ କୁ ଟିଫିନ୍ ରେ ନେବା ହୋଇଛି ପିଲା ଙ୍କ ଟ୍ରେଣ୍ଡ,

ଘର ଜଳଖିଆ ଦେଲେ ସେ କହୁଛି ସେଠିଥିବେ ମୋର ଫ୍ରେଣ୍ଡ୍।


ବାଟରେ ଘାଟରେ ସେଲ୍ଫି ନେବା ଆଜିକାଲି କାର ମାନିଆ,

ଦୁର୍ଘଟଣା କଥା ଶୁଣି ବି ସେମାନେ ହୁଅନ୍ତିନି ଟିକେ ଛାନିଆ ।


ପୁରସ୍କାର ପାଇଁ କବିତା ଲେଖିବା ଆଜି କାଲି କାର ମାନିଆ,

କବିତା ଆସରେ ଶ୍ରୋତା ଠାରୁ କବି ସଂଖ୍ୟା ଦେଖି ଲାଗେ ଛାନିଆ ।


ଫେସବୁକ ଦେଖି ଲାଇକ୍ କରିବା ଆଜିକାଲି କାର ଟ୍ରେଣ୍ଡ,

କାହାକୁ ଦେଖିନେ କାହାକୁ ଜାଣିନେ ସିଏ ଫେସବୁକ ଫ୍ରେଣ୍ଡ୍ ।


ମୋବାଇଲ ଧରି ଗେମ୍ ଖେଳିବା ଆଜି କାଲି କାର ଟ୍ରେଣ୍ଡ,

ଘରେ ବସି ପିଲା ଖେଳିବାକୁ ଚାହେଁ ଲୋଡାନାହିଁ ତାର ଫ୍ରେଣ୍ଡ୍।


ଅନ୍ ଲାଇନରେ ସପିଙ୍ଗ କରିବା ଆଜିକାଲି କାର ଟ୍ରେଣ୍ଡ,

ଦୁଇ ତିନି ଥର ପିନ୍ଧି ଫେରାଇବା ପସନ୍ଦ ନକଲେ ଫ୍ରେଣ୍ଡ ।


ବହି କିଣିବାକୁ ଇଚ୍ଛା ନାହିଁ କାର ନେଟ୍ ରେ ସବୁ ମିଳୁଛି,

ମୋବାଇଲ ଖୋଲି ଦେଖିଦେଲେ ହେଲା କିଏସେ ବହିକୁ ଖୋଜୁଛି ।


ଯାହା ଥିଲା ଥିଲା କରୋନା ଆସିଲା ସବୁ ଆଡ କଲା ବନ୍ଦ,

ଏକାକୀ ପଣିଆ ବଢିଲା ପିଲା ର ହେଉ ଭଲ ଅବା ମନ୍ଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍