STORYMIRROR

Maitreyee Kamila

Others

3  

Maitreyee Kamila

Others

ଆଜି ସୋମବାର

ଆଜି ସୋମବାର

1 min
50

ଆଜି ସୋମବାର


 ମୈତ୍ରେୟୀ କମିଳା


ଜୟ ଜୟ ବାବା ଆଖଣ୍ଡଳମଣି

ତୁମ କରୁଣା ରୁ ମିଳେ

କରୁଣା ବାରି

ପ୍ରକ ଟି ଛ ବାବା ଆରେଡି ଧାମେ

ପୂର୍ଣ୍ଣ କର ବାବା ଭକ୍ତ ମନସ୍କାମ


 ସତ୍ୟ ଶିବ ସୁନ୍ଦର ପ୍ରଭୁ ତୁମେ ଯେ ଆନନ୍ଦ

କୈଳାଶବାସୀ ଆହେ ନିତ୍ୟ ନିରାନନ୍ଦ

ଆଜି ଭକ୍ତ ସୁମରୁଛି ଏ ମହା କାଳରେ

ଡାକ ଶୁଣି ବିପତ୍ତି ରୁ ଉଦ୍ଧାର କର


 ଆରେଡି ଗ୍ରାମ ଯେ ଖ୍ୟାତ ବାବା ଙ୍କ ନାମରେ

ତାଙ୍କୁ ଯେ ସୁମରେ ହୃଦୟ ମନ୍ଦିରେ

ଅଚିରେ ତା ମନ ବାଞ୍ଛା ପୂର୍ଣ ହୁଏ

 ଆଜି ସୋମବାର ମାସ ଯେ ଶ୍ରାବଣ

ତୁମ ଚିନ୍ତା ଚେତନାରେ ବୁଡିବାର ଦିନ

କାହିଁଇକି ପ୍ରଭୁ ଏ ଅଦିନ ଆସିଛି

ମନ୍ଦିର କୁ ଭକ୍ତ ଙ୍କ ମନା ଯେ ହୋଇଛି


 ଅନ୍ଧ ଯେ ଦେଖିଲା ପ୍ରଭୁ ତୁମ୍ଭ ପୂଜା କରି

ଅକ୍ଷତ ଗୁଆ ପୁଣି ମାଗି ସେ ଆଣଇ

ପ୍ରଭୁଙ୍କ ମହିମା କି କହିବ ଆଉ

ମନେ ସୁମରିଲେ ଫଳ ଯେ ମିଳଇ


 କ୍ଷୀର ଦହି ଛେନା  ନବାତ,କଦଳୀ ,ନଡ଼ିଆ

ପ୍ରସାଦ ଯେ ଅତି ପ୍ରିୟ ଅଟଇ

ଚମ୍ପା, ଅରଖ, ନାଗେଶ୍ୱର

ବେଲପତ୍ର ଦେଇ 


 ଦେବ ଦେବ ମହାଦେବ ଆହେ ପାର୍ବତୀ ପତି 

ଜଗତ ର ଅଟ ତୁମ୍ଭେ ଗତି ମୁକ୍ତି

ସୋମବାର ଆଜି ପୁଣି 

ପୁଜୁଛି

ହୃଦୟ ରେ ଭରି ଭକତି

ଜଗତ କଲ୍ୟାଣ ହେଉ 

ଏତିକି ମିନତୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍