STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଆଜି ରବିବାର

ଆଜି ରବିବାର

1 min
13.7K



ଆଜି ରବିବାର ପାର୍ବଣର ବେଳ

ଜୀବନଟା ଚଳଚଂଚଳ

ଡହ ଡହ ଖରାବେଳ

ସକାଳରୁ ସଂଜ ଧାଁ ଧୌଡ ଅସ୍ତ ବ୍ୟସ୍ତ

ପରିବାବାଲା ଠାରୁ ଲଣ୍ଡ୍ରି, ସେଲୁନ ପର୍ଯ୍ୟନ୍ତ

ହସ ଖୁସିର ମାହଲ

ହୃଦୟ ବାଣ୍ଟିବାର ବେଳ

ସମ୍ପର୍କ ଯୋଡିବାର ବେଳ

ଜୀବନକୁ ଜୀଇଁବାର ବେଳ

ମଧୁର ଆତ୍ମୀୟତା କୁ ଚିହ୍ନିବାର ମାହେନ୍ଦ୍ର ମୁହୂର୍ତ୍ତ ।।


ବାଇଗଣ ଚାଳିଶକୁ ପୋଟଳ ପଚାଶ

କୁକୁଡା, ଖାସୀ, ମାଛ ବଜାରରେ ନିଆଁ ଲାଗିଛି

ଉଠୁଛି ପଡୁଛି ହାଟ ଦାଣ୍ଡ

ନାନା ଜାତି ଦ୍ରବ୍ୟର ପସରା ମେଲିଛି

ଗ୍ରାହକ ଙ୍କ ଲମ୍ବା ଧାଡି ଠେଲା ପେଲା ମୂଲଚାଲ

ତା' ଭିତରେ ସଂଘର୍ଷ କରୁଛି ଜୀବନ

ସ୍ବେଦ ବିନ୍ଦୁ ନିଗିଡି ପଡୁଛି ଥପ ଥପ

ଆକାଶ କୁ ଛୁଇଁବାର ଯାହା ସକଳ ଅଭିଯାନ ।।


ଚା' ଦୋକାନ ଆଗରେ ଭିଡ ଜମିଛି

ଲମ୍ବା ଲମ୍ବା ଭାଷଣ ର ସୂତା ଖିଅ

ଡେଣା ମେଲିଛି ପଲ୍ଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ,

ନିର୍ବାଚନୀ ପାଣିପାଗ ସକ୍ରିୟ ଓ ସତେଜ

ହାର୍ ଜିତ୍ ର ସମୟ

ସବୁ ଗାଣତିକ ସୂତ୍ର ର ପୁନଃ ପ୍ରୟୋଗ

ଆରୋପ ପ୍ରତ୍ୟାରୋପ ସପକ୍ଷ ବିପକ୍ଷ

ଆଲୋଚନା ପର୍ଯ୍ୟାଲୋଚନା

ରାଜନୀତି ର ସାମ୍ଭାବ୍ୟ ଆକଳନ ।।


ଆଜି ରବିବାର

ହିସାବ ନିକାଶ ର ବେଳ

ଖୋଜି ପାଇବାର ବେଳ

କିଏ ଝରାଏ ଲୁହ ତ କିଏ ଆନନ୍ଦେ ବିଭୋର

କେତେ ହତଭାଗ୍ଯମାନଙ୍କ ଟଣା ଓଟରା

ଟକମକ୍ ଫୁଟୁଥିବା ତତଲା ରକ୍ତ ର ଜୁଆର

ତା' ଭିତରେ କିଣା ବିକା ମଧୁର ଆଳପ ।।


ଦିନଟିକୁ ଜୀବନ୍ତ କରିବାର ଆପ୍ରାଣ ପ୍ରୟାସ

ପୁରୁଣାକୁ ଭୁଲି ନୂଆ ସାଉଁଟିବାର ବେଳ

ଖୋଲା ଆକାଶ ରେ ସ୍ବପ୍ନମାନେ ଉଡିବାର ବେଳ

ପ୍ରତୀକ୍ଷା ଯାହା ଏକ ନୂଆ ସକାଳର

ନୂଆ ଏକ ସମ୍ଭାବନା ସବୁଜ ସଂକେତ ର ।।

=====//====//=====//===

ଶରତ କୁମାର ଦାସ


Rate this content
Log in