STORYMIRROR

ବଳରାମ ବାରିକ

Others

2  

ବଳରାମ ବାରିକ

Others

ଆଜି ପରା ଅଗିରା ପୁନେଇଁ।

ଆଜି ପରା ଅଗିରା ପୁନେଇଁ।

1 min
310




ଆସ... ଆସ.... ଆସ.....ଭାଇ ଭଉଣୀ ।

ଶୁଖିଲା କାଠି, କୁଟା ,ନଡ଼ା ରଖିବା ଆଣି।


ଥାକ ଥାକ କରିଣ ତାକୁ କୁଢ କରିବା।

ମନ୍ଦିର ପରି ପୁଣି ତାକୁ ସଜେଇ ଦେବା।


ଗୁଆ ଘିଅ ଓ ଅରୁଆ ଚାଉଳ ଛିଞ୍ଚିଣ ଦେବା।

ନିଆଁ ଲଗାଇ ଗଦାରେ ତାକୁ ଘେରି ରହିବା।


ହୁଳହୁଳି ହରିବୋଲ ଦେଇ ଏକସ୍ୱରେ କହିବା।

ଦେ ମହାପୁରୁ ଭଲ ଫସଲ ଗୁହାରି କରିବା।


ଆଳୁ ବାଇଗଣ ସାରୁ ଆଦି ଯେତେ ପରିବା।

ଅଗିରେ ଜଳିଲେ ସୁଆଦ ଲାଗେ ପୁରା ଅଲଗା।


ଏହି ପରବ ପାଳିଥାନ୍ତି ଓଡ଼ିଶାର କୃଷକ।

ଦିନୁ ଦିନ ହୋଇଗଲା ଏହା ଧାରାବାହିକ।


ଅଗି ପୁନେଇଁ ପାଳିବା ପଛରେ ଵିଜ୍ଞାନ ଅଛି।

ଭବିଷ୍ୟ ସୂଚନା ଶିଖାର ଦିଗ କହି ଦେଉଛି।


ଅଗ୍ନି ଶିଖା ଢଳିରହିଲେ ଭାଇ ପଶ୍ଚିମ ପଟେ।

ବନ୍ୟ ର ଆଶଙ୍କା ପୁଣି ମନେ ଆସେ ନିକଟେ।


ପୂର୍ବ ଆଡକୁ କଣେଇ ଅଗ୍ନିର ଶିଖା ରହିଲେ।

ଜୁଆର ଓ ଲୁଣିପାଣି ଅନେକ ପଶେ ଫସଲେ।


ଉତ୍ତମ ମାନର ଫସଲ ଅମଳ କରଇ ଚାଷୀ।

ନିଆଁର ର ଝୁଲ ମୁଁହିଲେ ଉତ୍ତର-ପୂର୍ବ କୁ ବେଶୀ ।


✍️ବଳରାମ ବାରିକ।

ନଟିଲ, ଯାଜପୁର/ଝାରସୁଗୁଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍