ଆଜି ଫାଷ୍ଟଫୁଡ଼ କୁ ମୁଁ ଭୁଲିଯାଇଛି
ଆଜି ଫାଷ୍ଟଫୁଡ଼ କୁ ମୁଁ ଭୁଲିଯାଇଛି
ମନେପଡେ ଆଜି ସହରର
ସେ ଫାଷ୍ଟଫୁଡ଼ ଦୋକାନ
ତା ପାଖରେ ଠେଲାରେ ସେ ଗୁପଚୁପ
ଲାଗୁନାହିଁ ଲୋକଙ୍କ ଗହଳି
କିନ୍ତୁ ଆଜି ପୁରା ଶୂନସାନ ଆଉ ଚୁପ l
ଶୁଭୁନାହିଁ ଲୋକଙ୍କ ବରାଦ
ଦୋଶା,ଏଗ ରୋଲ ଆଉ ଚାଉମିନର
ଶୁଭୁନି ବରାଦ ଗୁପଚୁପର l l
ଖଟାପାଣି,ଲଙ୍କା,ଧନିଆ,ଜିରାଗୁଣ୍ଡର
କଥା ଆଜି ଶୁଣିବାକୁ ମିଳୁନି
ଟିକେ ଜଲଦି ଜଲଦି ଦିଅ
କାହିଁ କେହି ବରାଦ କରୁନି l
ବାସ୍ତବରେ ଦୋକାନ ବନ୍ଦ ଅଛି
ଖାଉଟି ଆଉ ଗ୍ରାହକ ସଚେତନ ଅଛନ୍ତି
ଖାଇବାକୁ ଆଗପରି ନାହିଁ ଆଉ ମନ
ଦୋକାନ ଖୋଲିବାକୁ ପ୍ରସାସନର
ନାହିଁ ପରିମିଶନ l l
ଫାଷ୍ଟଫୁଡ଼ କଥା
ଆଜି ମୁଁ ଭୁଲି ଯାଇଛି
ଗାଁରେ ମୁଁ
ମୁଢି,ମିଶ୍ଚର୍, ପିଆଜ ଖାଉଛି l
ବେଳେବେଳେ କଞ୍ଚା ଆମ୍ବରେ
ମୁଁ ଆମ୍ବ ଛେଚା କରୁଛି
ସେଥିରେ ମଧ୍ୟ
ପିଆଜ,ଲଙ୍କା,ଜିରା ଗୁଣ୍ଡ ପଡୁଛି l l
କେବେ କେବେ ପୁଣି
ଏହାର ସ୍ୱାଦ ନିଆରା ନିଆରା
ଲାଗୁଛି
ଫାଷ୍ଟଫୁଡ଼ ଠାରୁ ଅଧିକ ବାସୁଛି
ତାଠାରୁ ଅଧିକ ଟେଷ୍ଟ ଲାଗୁଛି l l
ଆଜି ଫାଷ୍ଟଫୁଡ଼ କୁ ମୁଁ ଭୁଲି ଯାଇଛି
ଆଜି ଫାଷ୍ଟଫୁଡ଼ କୁ ମୁଁ ଭୁଲି ଯାଇଛି ?
