STORYMIRROR

Amulya Kumar Nayak

Others

3  

Amulya Kumar Nayak

Others

ଆଜି ହୋଲି

ଆଜି ହୋଲି

1 min
195

ଆଜି ହୋଲି

    *********

ହୋଲି ଆସିଅଛି ଚାଲି

   ସବୁ ଭେଦଭାବ ଭୁଲି

ଆସିଛି ପସରା ମେଲି

   ଆଜି ଆଜି କହି ହୋଲି ।। 1


ଇନ୍ଦ୍ରଧନୁ ପରି ରଂଗ

   ବନେଇ ଦେଲାଣି ସାଂଗ

ଫଗୁଣ ବୟସ ପାରୁନାହିଁ ମାପି

   ବୁଢା ବି ଭେଣ୍ଡିଆ ବାଗ ।। 2


ଓଠକୁ କରିଛି ନାଲି

   ପଣତକୁ କରି ନେଳୀ

ନୟନରେ କଳା ଛିଟାଟିଏ ଦେଇ

   ପ୍ରେମିକା ସାଜିଛି ହୋଲି ।। 3


କୋକିଳର ସୁର ନେଇ

   ବକୁଳର ବାସ୍ନା ଥୋଇ

ହଳଦୀ ବସନ୍ତ କାନେ କହୁଅଛି

   ଚିଠି ପାଇଛ କି ନାହିଁ ।। 4


କୃଷ୍ଣ ପ୍ରେମେ ହୋଇ ବାଇ

   ଗୁମାନେ ବସିଛି ରାଇ

ମୃଦୁ ମଳୟରେ କହିଦିଏ କାନେ

   ଏତେ ମାନ କାହିଁପାଇଁ ।। 5


ସୁନାବେଶ ସାଜି ନାଥ

    ଭକତେ କରନ୍ତି ପ୍ରୀତ

ନିତାଇ ଗୌର ରାଧେଶ୍ଯାମ ଜପ

   କରୋନା ହେଉ ନିପାତ ।। 6


 


Rate this content
Log in