STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ଆଜି ଏ ଉଷାର

ଆଜି ଏ ଉଷାର

1 min
207




ଆଜିଏ ଉଷାର

ଅରୁଣ ଉଦୟ ରାଗ

ବର୍ଣ୍ଣାଳୀ ରଚେ

ହୃଦ ନିକେତନେ ମୋର

ଆସ ପ୍ରିୟତମ

ଆସ ଏଇ ମୁହୂର୍ତ୍ତରେ

ପ୍ରାଣ ଲୋଡେ ଖାଲି

ତୁମ ପ୍ରୀତି ଅନୁରାଗ ।।


ଦେଖ ଏ ସକାଳ

ସଜାଇଛି ଫୁଲ-ଶେଯ

ବିଛାଇ ଦେଇଚି

ନାଲି ଅବିରର-ମୂର୍ଜ

ଆସ ପ୍ରିୟତମ

ଆସ ଏଇ ମୁହୂର୍ତ୍ତରେ

ଦିଗ ଚମକାଇ

ଉଜ୍ଜ୍ବଳ କରି ମାର୍ଗ ।।


ତୁମପାଇଁ ଦେଖ

ପ୍ରକୃତି ଚଳଚଳ

ବିହଙ୍ଗର କଣ୍ଠୁ

ଝରିପଡୁଅଛି

କଳଗୀତି ଅବିରଳ

ଆସପ୍ରିୟତମ

ଆସ ଏଇ ମୁହୂର୍ତ୍ତରେ

ତୁମ ଆଗମନୀ

ଶଙ୍ଖବଜାଏ ଭୃଙ୍ଗ ।।

🌹🌹🌹🌹🌹🌹🌹🌹

କୈଳାସ ଚନ୍ଦ୍ର ପାଢୀ।କୁମାରପୁର

ଭଦ୍ରକ।

==================


இந்த உள்ளடக்கத்தை மதிப்பிடவும்
உள்நுழை