ଆଜି ଏ ସାଧାରଣତନ୍ତ୍ର ଦିବସେ
ଆଜି ଏ ସାଧାରଣତନ୍ତ୍ର ଦିବସେ
ବିଶ୍ବରେ ମହାନ ମୋ ଦେଶ ଭାରତ
ଅଟଇ ସେ ବିଶ୍ବଗୁରୂ ।
ଜ୍ଞାନ-ବିଜ୍ଞାନ ଓ ସଂସ୍କୃତିର ଶିକ୍ଷା
ବିତରିଛି ସେ ଆଦ୍ଯରୁ ।
ଧୈର୍ଯ୍ୟ-ସହିଷ୍ଣୁରେ ମହାମେରୁ ସମ
ହୋଇଅଛି ସେ ଅଟଳ ।
ସମଗ୍ର ବିଶ୍ବରେ ଏପରି ଭୂଖଣ୍ଡ
ଦେଖିବା ଅତି ବିରଳ ।
ଗୋରା ସାହେବଙ୍କ ଅନେକ ଦୌରତ୍ମ୍ଯ
ସହିଅଛି ଏହି ମାଟି ।
ମୋଗଲ ଶାସନ ଅତି ବର୍ବରତା
ତଥାପି ନାହିଁ ତା' ଇତି ।
ସ୍ଵତନ୍ତ୍ରତା ହେଲା ମୋ ପ୍ରିୟ ଭାରତ
କରିଵହୁ ସତ୍ୟାଗ୍ରହ ।
ତଥାପି ଦୁଃଖର ଅନ୍ତ ଘଟିଲା
ଭୋଗୁଛି କଷ୍ଟ ଅସହ୍ଯ ।
ଦେଶୁ ଚାଲିଗଲେ ଗୋରା ସରକାର
ଛାଡିଗଲେ ତାଙ୍କ ନୀତି ।
ସେହି ନୀତି ଆଜି କର୍ତ୍ତରୀ ସଦୃଶ
କାଟେ ଭାରତୀୟ ଛାତି ।
ହିନ୍ଦୁ-ମୁସଲିମ କଳହ ଲଗାଇ
ଦେଶ କଲେ ବିଭାଜନ ।
ବିଶାଳ ଦେଶକୁ କଲେ ବିଖଣ୍ଡିତ
କରିଦେଲେ ସର୍ବଶୂନ୍ଯ ।
ଉନବିଂଶ ଶତ ଅଣଚାଶ ବର୍ଷ
ଜାନୁଆରୀର ଛବିଶି ।
ସ୍ବତନ୍ତ୍ର ରାଷ୍ଟ୍ରର ସମ୍ବିଧାନ ନୀତି
ପ୍ରଚଳନ ହେଲା ଆସି ।।
ସ୍ବଦେଶୀ ନୀତିର ବିନ୍ଦୁ ଓ ବିସର୍ଗ
ନ ଥିଲା ତ ସମ୍ବିଧାନେ ।
ଇଂରେଜଙ୍କ ବିଧି-ବ୍ଯବସ୍ଥାର ନୀତି
ରହିଲା ଅନୁଶାସନେ ।
ଇଂରେଜଙ୍କ ପରେ ଆଙ୍ଗ୍ଳ ଭାରତୀୟ
ଶାସନ ଚାଲିଲା ଏଠି ।
ତୋଷାମୋଦ ଆଉ ଚାଟୁକାରଙ୍କର
ରାଜ ଚାଲିଲା ସବୁଠି ।
ନିଜ ନଉକାର ନାଉରୀଆ ଆମେ
ହୋଇଗଲା ଦୁଃସପନ ।
ନୈରାଶ୍ୟର ଘନ ଅନ୍ଧକାର ମଧ୍ଯେ
ବିତିଲା ଦୁଃଖ ଜୀବନ ।
ଇଂରେଜ ଗୋଲାମୀ କରିଲେ ଶାସନ
ପତିଆରା ଜମାଇଣ ।
ଭ୍ରଷ୍ଟାଚାର ଆଉ ଦୁର୍ନୀତି ମନ୍ତ୍ରରେ
କରିଲେ କୁଶାସନ ।
ମୁଷ୍ଟିମେୟ ହାତେ ରାଷ୍ଟ୍ର ସମ୍ବିଧାନ
କରାଗଲା ଯେ ଲେଖନ ।
ସଂଖ୍ଯାଲଘୁ ନାମେ ସଂରକ୍ଷଣ ନୀତି
ଦେଶେ ହେଲା ପ୍ରଚଳନ ।
ସଂଖ୍ଯାଲଘୁଙ୍କର ବଢେ ଉପଦ୍ରବ
ଦେଶ ହୁଏ ଅସ୍ଥିରତା ।
ସାଂପ୍ରଦାୟିକର ଦଙ୍ଗା ସୃଷ୍ଟି କରି
ଭୁଲନ୍ତି ମାନବିକତା ।
ଧର୍ମନିରପେକ୍ଷ ରାଷ୍ଟ୍ର ନାମରେ
ଭାରତ ହେଲା ଇଣ୍ଡିଆ ।
ଇଣ୍ଡିଆର ନୀତି ବିଦେଶୀ ଢାଞ୍ଚାରେ
ଚଲାନ୍ତି କାଣିଷଣ୍ଢିଆ ।
ଧର୍ମନିରପେକ୍ଷ ରାଷ୍ଟ୍ରର ନାମରେ
ଧର୍ମର ହୁଅଇ ହତ୍ଯା ।
ନିରୀହଲୋକଙ୍କୁ ଧର୍ମାନ୍ତର କରି
କରନ୍ତି ପ୍ରଚାର ମିଥ୍ଯା ।
ଗରିବ ଏ ଦେଶେ ହୁଅଇ ଦରିଦ୍ର
ଧନୀ ହୁଏ ଯେ କୁବେର ।
ମଧ୍ୟବିତ୍ତ ଲୋକ ଷଢି-ପାଚି ମରେ
ଏହା ଅଟେ ଗଣତନ୍ତ୍ର ।
ଗଣତନ୍ତ୍ର ଅଟେ ଲୋକମାନଙ୍କର
ଲୋକମାନଙ୍କ ନିମିତ୍ତ ।
ଲୋକତନ୍ତ୍ର ଯେ ଲୋକମାନଙ୍କ ଦ୍ବାରା
ଏହା ଯେ ନୀତି ସମ୍ମତ ।
ସଂକୀର୍ଣ୍ଣ ସ୍ବାର୍ଥରେ ହୋଇ ନୀଚମନା
ଘଟାନ୍ତି କାଣ୍ଡ ବର୍ବର ।
ଗଣତନ୍ତ୍ରର ଯେ କଣ୍ଠରୋଧ କରି
କରନ୍ତି କ୍ଷତି ପ୍ରଚୁର ।
ବିଚ୍ଛିନ୍ନତା ଆଉ ଆତଙ୍କବାଦୀ ଯେ
ଗଣତନ୍ତ୍ର ହତ୍ୟାକାରୀ ।
ଦେଶ ଓ ଜାତିକୁ କରିଣ ଦୁର୍ନାମ
ବିଶ୍ବର ହୁଅନ୍ତି ବୈରୀ ।
ସାଧାରଣତନ୍ତ୍ର ହେଉ ଲୋକତନ୍ତ୍ର
ନ ହେଉ ତ ବ୍ୟକ୍ତି ତନ୍ତ୍ର ।
ଗୋଷ୍ଠୀ ତନ୍ତ୍ର ଆଜି ବାଧକ ସାଜିଛି
ରାଷ୍ଟ୍ରେ ସାଜି ମହାମନ୍ତ୍ର ।
ପରିବାର ତନ୍ତ୍ରେ ରାଷ୍ଟ୍ରର ଏକତା
ହୋଇଛି ଖଣ୍ଡ-ବିଖଣ୍ଡ ।
ଷଡଯନ୍ତ୍ରୀଙ୍କର ଅନ୍ଧାରିଶାସନେ
ସର୍ବେ ଭୋଗୁଛନ୍ତି ଦଣ୍ଡ ।
ନାଗରିକର ମୌଳିକ ଅଧିକାର
ନ ହେଉ କଦାପି କ୍ଷୂର୍ଣ୍ଣ ।
ରାଷ୍ଟ୍ର ସୁରକ୍ଷାରେ ଦେଇ ମନପ୍ରାଣ
ସର୍ବେ ହୁଅନ୍ତୁ ମହାନ ।
ଆଜିର ସାଧାରଣତନ୍ତ୍ର ଦିବସେ
କରିବା ବଜ୍ରଶପଥ ।
ଗଣତନ୍ତ୍ରର ପୂଜାରୀ ଭାବରେ
ଅମ୍ଳାନ ହେଉ ଭାରତ ।
