STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଆଜି ବି

ଆଜି ବି

1 min
366


ଆଜି ବି

ପ୍ରେମ ର ବିଶ୍ଳେଷଣ ମନ ସିଲଟ ରେ

ଅଧା ଅଧୂରା ରହିଛି

ଆବେଗର ହଳାହଳ ବିଷ ସାଗର ରେ

ବୁଡି ମରିବାର ଇଛା 

ମୋତେ ମାରି ମାରି ବଞ୍ଚେଇ ରଖିଛି

ଆଜି ବି

ହୃଦୟ ମରୁଭୂମି ମରୁବାଲି ରେ ପ୍ରେମ ର ମହଲ

ଗଢି ଭାଙ୍ଗି ପୁଣି ଗଢି ତୋଳୁଛି

ମୃଗତୃଷ୍ନା ଆକାଂକ୍ଷା କୁ

ପାଦ ଚଟାଣ ଠାରୁ ଶୀଖର ଛାଉଣି ଯାଏ ଫିଙ୍ଗି  

ନିଜ ଔକାତ ଆଙ୍ଗୁଠି ରେ

ନିଜ ଦରମରା ଛାଇ କୁ ନିଜେ ମାପୁଛି

ଏ ଆଖିର ତତଲା ଲୁହ 

ଧାରା ଶ୍ରାବଣ ର ଝରା ନୀର

ସେଥିରେ ।

ନା ତୁମ ହୃଦୟ ଭିଜୁଛି 

ନା ତୁମ ମନ ର ଗଭୀର ସନ୍ଦେହ 

ମୋ ସତ୍ୟତା ର ଓଜନ ବୋହି ପାରୁଛି

ମଧୂଛନ୍ଦା ତୁମେ ଜାଣିଛ ?

ଆଜି ବି ଲୁଚି ଲୁଚି ମୋ ଦୁଇ ଆଖି

ହ୍ୱାଟ୍ସଅପ ରେ ତୁମ ଷ୍ଟାଟସ ଦେଖୁଛି 

ଫ୍ରେଣ୍ଡ ଲିଷ୍ଟ ରେ ମୋ ନାଁ ଦେଖି

ମନେ ମନେ ବେଶି ବେଶି ଗପୁଛି 

ବୋଧେ ।

ଆଜି ବି ତୁମ ହୃଦୟରେ ମୋ ପ୍ରେମ ର ଦିପାଳୀ 

ଦିକ୍ ଦିକ୍ ହେଇ ଜଳୁଛି ?

ସୂର୍ଯ୍ୟ ଉଇଁ ସଞ୍ଜ ହୁଏ

ଦିନ ବିତେ ରାତି ପାହେ

ଫୁଲ ଫୁଟି ଝରିଯାଏ

ହେଲେ

ତୁମେ ଫେରିବାର ପଥ ଶୂନ୍ ଶାନ୍ ନୀରବେ ଶୋଇଥାଏ ।

ତୁମ ସ୍ମୃତି ର ମେଘ ବାଦଲ

ମୋ ଚତୁଃପାର୍ଶ୍ବେ ଆବୃତ ବଳୟ ସାଜି 

ଛାଇ ଟିଏ ପରି ରହିଥାଏ

ଏହା ମୋ ମନର ଭ୍ରମ ଅବା

ତୁମ ପାଇଁ ମୋ ହୃଦୟର ଆସୁମାରି ପ୍ରେମ

ହୁଏତ ତୁମେ ଜାଣିଥିବ

କାରଣ

ଆଜି ବି

ନିଷ୍ପତ୍ତି ନିର୍ଦ୍ଧାରଣର ଅଧିକାର ଡୋରୀ 

ମୁଁ କେବଳ ତୁମ ହାତେ ଦେଇଛି

ତୁମେ ଚାହିଁଲେ 

ତାକୁ ପାଦ ଅଳତା କରି ପିନ୍ଧିପାର

ତୁମେ ଚାହିଁଲେ 

ମଥା ର ଟିକିଲି ପରି କାଢି ଫିଙ୍ଗିପାର

ହେଲେ ଆଜି ବି

ମୋ ବାଡି ବଗିଚାର ଫୁଲେଇ ଫୁଲର ଆଖି 

ତୁମକୁ ଅପଲକେ ଚାହିଁଛି

ଆଜି ବି ହୃଦୟ କଳାପଟା ରେ 

ତୁମ ନାଁ ସଙ୍ଗେ ମୋ ନାଁ ଯୋଡି

ପ୍ରେମ ର ତୀକ୍ଷ୍ଣ ତୀର ମାଡ ରେ 

ମୁଁ ହାରିବାକୁ ପ୍ରସ୍ତୁତ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍