STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଆଜି ବଡଦିନ

ଆଜି ବଡଦିନ

1 min
286


ଆଜି ବଡଦିନ ଆଣିଛି ସୁଦିନ

ନିଃସର୍ଗରେ ସର୍ବେ ଆସି

ଦେଖିବେ ଜନମ ପ୍ରଭୁ ଯୀଶୁଙ୍କର

ମନରେ ମହକେ ଖୁସି


ନିଶା ଦେଖେ ଜ୍ୟୋତ୍ସ୍ନା ରାତ୍ରି କୋଳାହଳ

ଜାଗିଛନ୍ତି ସର୍ବେ ବସି

ଯୀଶୁ ପ୍ରଭୁ ଆଜି ଅବନତ ହେବେ

ପ୍ରାର୍ଥନା କରେ ପ୍ରତ୍ୟାଶୀ


ନିଶାକର ହୃଦେ ନ୍ୟାସ କରିଛନ୍ତି

ନିଶାମୁଖ ହେବ ସୁଖ

ପ୍ରତୀକ୍ଷାର ଅନ୍ତ ହୋଇବ ଏଦିନ

ଆସୁଛନ୍ତି ନିୟାମକ।


ବହୁ ଆଡମ୍ବରେ ପରବ ପୁରିବ

ସାନ୍ତା ଉପହାର ସାଥେ

କ୍ରିସମାସ୍ ଟିରି ଆଣିବ ଆବୁରି

ଆଶା ସାଗରର ବକ୍ଷେ


ନୟନ ପୁରୁଛି ନିର୍ବାଦ ଦୃଷ୍ଟିରେ

ଚେତନା ନିର୍ଜର ସମ

ନିସ୍ତାର ମିଳିବ ନିର୍ବିଘ୍ନ ସହିତ

ପ୍ରଭୁ ହେଲେ ଧରାଧାମ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍