STORYMIRROR

Ranita Swain

Others

2  

Ranita Swain

Others

ଆଜି ଆକାଶଟା ଢେର କାନ୍ଦିଛି

ଆଜି ଆକାଶଟା ଢେର କାନ୍ଦିଛି

1 min
13K


ଆଜି ଆକାଶଟା ଢେର କାନ୍ଦିଛି

ମାଟି ସେ ଲୁହରେ ଢେର ଭିଜିଛି

ଏବେ ବି ଆକାଶ ଆଖିରେ

ଲୁହ ଛଳ ଛଳ

ମାଟି ବି ଭିଜିବାକୁ ସେତିକି ବ୍ୟାକୁଳ

ଜିଦିଆ ପବନ ବି କରେ ହଟ୍ଟଗୋଳ

ଚାରିଆଡେ ଚର୍ଚ୍ଚା

ଆମ ସହରରେ ଆଜି ମନଭରା ବର୍ଷା

ଆଃ,,,,କି ଶୀତଳତା

କିଏ ବା ବୁଝୁଛି ଆକାଶର ମନ କଥା

କାହିକି ସେ ଏତେ ଅଦିନିଆ ବରଷିଛି

ତା'ର କି ମାଟି କଥା ମନେ ପଡିଛି

ସେଥିପାଇଁ ଅଭିମାନୀ ମାଟିକୁ ଭିଜେଇ ଦେଇଛି,,,।

ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍