Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srikant behera

Others

4  

srikant behera

Others

ଆଇସକ୍ରିମ ଵାଲା

ଆଇସକ୍ରିମ ଵାଲା

1 min
416



ଡମ୍ବରୁ ବଜାଇ  ଖରା ବେଳ ଟାରେ 

    ଆସେ ଆଇସକ୍ରିମ ଧରି 

ପଇସା ନିଅଇ  ଚାଉଳ ନିଅଇ 

    ଆଉ ନେଇଥାଏ ବିରି ||1


 ଏ ଟୋପି ଵାଲା  ଦେ ଆଇସକ୍ରିମ

    ଆଉ ଦେ ଗିଲାସେ ବରଫ 

ଆଇସକ୍ରିମ ସହ   ବରଫ ମିଶାଇ 

   କରିବି କେତେଯେ ଦରବ ||2


ଟଙ୍କେଇ ଦି ଟଙ୍କା   ଆଠଅଣା ନେଇ 

    ଖୁସିରେ ଯାଏ ସେ ଘର 

ଦୁଇଟା ହେଣ୍ଡେଲରେ ଭରି ଦେଇ ଥାଏ 

    ପରକୁ କରେ ଆପଣାର ||3


ଧଳା ଟୋପି ପିନ୍ଧି  ପେଡ଼ାଲ ମାରି 

    ଖରାରେ ବୁଲେ ଗାଁ ଗାଁ 

ଚିକୁ, ମିକୁ, ସଂଜୁ  ହଳିଆ ଧଡ଼ିଆ 

    ଜାଣେସେ ସବୁରି ନାଁ ||4


Rate this content
Log in