ଆଇନରୁ ଲାଭ
ଆଇନରୁ ଲାଭ
1 min
180
ଆଇନ ଆଶାର ଭାଗ କେତେ ମିଳେ ଲାଭ l
ଠକି ଭଣି କରେଇବା ବିଶ୍ୱାସ ଦୁର୍ଲଭ l
ଆଇନ ଜାଣି କି ବାୟା ଲୋକଙ୍କୁ ଠକିବା l
ଗରିବ ସମ୍ପତ୍ତି ଲୁଟି ଭଣ୍ଡାର ଗଢିବା l
ଆଇନର ଏ ବିଶ୍ୱାସ ନୁହଇ ରେ ଭାଇ l
ଧନ ଅରଜିବା କଥା ଉଚିତ ନୁହଇ l
କାନ୍ଦି କୁଟି ଅରଜିଣ ରଖି ଥାଏ ଧନ l
ଗରିବ କଷଣ ଘୋର ସର୍ବଦା ଦୁର୍ଦ୍ଦିନ l
ସେହି ଟଙ୍କା ଆଣି ଆଇନରେ ଜମା ଦେଇ l
ବିକଳ ଆକୁଳ ମନ ଦୁଖେ ଭ୍ରମୁ ଥାଇ l
