ଆଇନା
ଆଇନା
1 min
3.9K
ଆଇନା ଦେଖାଏ ପ୍ରତିବିମ୍ବ ଟିଏ
ନିଜ ହୃଦୟରେ ଧରି
ନିରୋଳା ସତଟି ଫୁଟଇ ଉକୁଟି
ସେଇ ତ ପ୍ରକୃତ ଶିରୀ
କେବେବି ଆଇନା ମିଛ ତ କୁହେନା
ସତ କୁ ବଖାଣି ଥାଏ
ସବୁଜାଣି ଶୁଣି ମଣିଷ କେଜାଣି
ସତ ଠୁଁଦୂରେଇ ଯାଏ
ସ୍ବଚ୍ଛତା ବୁକୁରେ ଭାବ ଉଙ୍କିମାରେ
ରହେନାହିଁ ଅନ୍ତରାଳେ
ତଥାପି କେମିତି ନିଜେ ବା ଏମିତି
ମନ ଲୁଚକାଳୀ ଖେଳେ
ଦାଶରଥି ସାହୁ
କଳମ୍ବ/ଗଜାଂଂମ
