ଆଇନା
ଆଇନା
1 min
185
ମୁଁ ଆଇନା ଧରି ବସିଛି
ଥରେ ଭଲ କରି
ତମେ ନିଜକୁ ନିଜେ ଦେଖିନିଅ
ଯଦି ଆଇନା ଭାଙ୍ଗିଯାଏ
ମତେ ସଂପୂର୍ଣ୍ଣ ଦେଖିବସିନା
ତମେ ତମକୁ ଯେତେବି ଦେଖ
ସଂପୂର୍ଣ୍ଣ ଅସଂପୂର୍ଣ୍ଣ ।
ଏକଥା ଏତିକିରେ ଥାଉ
ଆସ ଆମେ ହିସାବ କରିବା
ସଂପୂର୍ଣ୍ଣ ଅସଂପୂର୍ଣ୍ଣ ପରିଭାଷା
ହଁ ନିଜେ ନିଜର ଗର୍ବ ଅହଂକାର
ଦୋଷ ଦୁର୍ବଳତା କାରଣ ନିରାକାରଣ
ଦେଖିନପାରିଲେ ଏ ଅଜଣା ଦେଖା
ସଂପୂର୍ଣ୍ଣ ଅସଂପୂର୍ଣ୍ଣ ମାନେ କଣ ?
