ଆଈମା କାହାଣୀ
ଆଈମା କାହାଣୀ
ଆଈମା କାହାଣୀ"
ସେହି ଯେଉଁ ଆଈମା କାହାଣୀ
ଯାହାର ଧାରାବାହିକ ରେ
ନିତି ମୋ ତନ୍ଦ୍ରା ଭରା ଆଖିଟା
ନିଦ୍ରା କୁ ଆଲିଙ୍ଗନ କଲା ପୂର୍ବରୁ
ସ୍ବପ୍ନର ଆବେଷ୍ଠନୀ ମଧ୍ୟରେ ଛନ୍ଦି ହୋଇ ଯାଉଥିଲା,
ନୀତି ଖୋଜୁଥିଲି,ହଜୁଥିଲି,ମଜ୍ଜୁଥିଲି
ହେଲେ ବିତିଗଲା ଷାଠିଏ ବରଷ।
ତାର ସତ୍ୟତା ତ ଖୋଜି ପାଇଲି ଏବେ
ମୁଁ "
ଏ "ଗୋଧୂଳିର ବାଘ"ର ତୀକ୍ଷ୍ଣ ଦନ୍ତାଘାତରେ।
ଜୀବନ ,ଯନ୍ତ୍ରଣା ର ଆହୋସ ତ
ଯୁଗ ଯୁଗର,
ସେଠି ପରୀ ମହଲର ପକ୍ଷୀରାଜ ଘୋଡ଼ା ଅଛି,
ସେଠି ରାଜା ଅଛନ୍ତି ରାଣୀ ଅଛନ୍ତି,
ଅଛନ୍ତି ବି ଅପୂର୍ବ ଲାବଣ୍ୟ ଭରା ରାଜକୁମାରୀ, ରାଜକୁମାର।
ସେଠି ପ୍ରେମ ଅଛି, ପ୍ରତାରଣା ଅଛି,
ଅଛି ବି ଧୋକା,ଆଉ ପ୍ରତିଶୋଧ।
ସେଠି ସ୍ନେହ, ଶ୍ରଦ୍ଧା, ତ୍ୟାଗ ,ବଳିଦାନ ର କାହାଣୀକୁ ଏବେବି ସେ ଭଗ୍ନଶୀଳା
ତାର ଐତିହ୍ୟ ଭାବି ଗାନ କରୁଛି।
ସେ ଇତିହାସ ରାସ୍ତା ତ ଆଜି ଅବରୋଧ।
କିଏ ଯିବ ଆଗ ଖୋଜି ଖୋଲିବାକୁ
ସେ ନିଜନ ପୁରର ପରୀମହଲ?
ଯାହା ର ଚାବି ରହିଗଲା
ସେ ବୁଢୀ ଅସୁରୁଣୀ ର ହାତରେ।
ଅଗ୍ନାଅଗ୍ନି ବନସ୍ତ, ତା ଭିତରେ ସାତ ତାଳ ପାଣି ଥିବା ଏକ ପୁଷ୍କରିଣୀ,
ତା ଭିତରେ ବୁଢ଼ୀ ଅସୁରୁଣୀ ଶୋଇଛି ଶଂଖ ମଲମଲ ପଲଙ୍କର ତୁଳୀତଳ୍ପ ସଜ୍ୟାରେ ।
ସେ ପଲଙ୍କ ଭିତରେ ଅଛି
ସାତ ଥାକ ଫରୁଆ
ସେ ଫରୁଆ ଭିତରେ ଅଛି
ବୁଢ଼ୀ ଅସୁରୁଣୀ ର
ଜୀବନ ରହସ୍ୟର ଚାବି।
ସେ ଚାବି ଏବେବି ରହସ୍ୟର ଘେରରେ।
ତାକୁ କେଉଁ ଆଈମା କି ବୁଢୀମା
କେବେ ପାଇବେ ସେକଥା ତାଂକୁ ହିଁ ଜଣା।
ହେଲେ ଖୋଜିବା ଏବେବି ଚାଲୁରହିଛି।
