STORYMIRROR

jagabandhu sahu

Others

4  

jagabandhu sahu

Others

ଆହେ ପ୍ରଭୁ ଗଜାନନ

ଆହେ ପ୍ରଭୁ ଗଜାନନ

1 min
361

ପାର୍ବତୀ ତନୟ  ଶିବଙ୍କ ନନ୍ଦନ

     ଆହେ ପ୍ରଭୁ ଗଜାନନ

ହାତୀ ଶୁଣ୍ଢ ମଧ୍ୟେ  କରିଛ ଶୟନ

     ଛାଡି ମୂଷିକ ବାହାନ


ହଳଦୀ ମଳିଖୁ ଜନମ ହୋଇଲ

    ସୂର୍ଯ୍ୟଙ୍କର ତେଜ ନେଇ

ମାତାଙ୍କ ଆଜ୍ଞାରେ ଗୁମ୍ଫା ଦ୍ୱାରେ ତୁମେ

     ରହିଥିଲ ପ୍ରଭୁ ଜଗି


ମହାଦେବ ଦିନେ ସାକ୍ଷାତ ପାଇଁ ଯେ

   ଆସିଲେ ଗୁମ୍ଫାର ଦ୍ୱାରେ

ପ୍ରବେଶ ନିମନ୍ତେ ମାତା ଆଜ୍ଞା ନାହିଁ 

    କହିଲ ଯେ ପ୍ରଭୁ ତୁମେ


କ୍ରୋଧେ ଜର ଜର ହୋଇ ମହାଦେବ

    ଛେଦିଲେ ତୁମରି ଶୀର

ଯୋଗ ବଳେ ଜାଣି  ମାତା ପାର୍ବତୀ

    ଢଳାଇଲେ ଆଶ୍ରୁ ଧାର


ପାର୍ବତୀଙ୍କୁ ପୁଣି ଆଶ୍ୱାସନା ଦେଲେ

    ଦେବ ଦେବ ମହାଦେବ

ନିଶ୍ଚୟ ବଞ୍ଚିବ    ଆମରି ଏ ପୁତ୍ର

    ସର୍ବ ଶ୍ରେଷ୍ଠ ବୋଲାଇବ


ଏଥୁ ଅନ୍ତେ ପୁଣି ପ୍ରଭୁ ନାରାୟଣ

    ଚଳିଲେ ଉତ୍ତର ମୁଖେ

ନବଜାତ ଗଜ  ଦେଖି ନାରାୟଣ

    ଚକ୍ରକୁ ଧରିଲେ ହସ୍ତେ


ଗଜ ମୁଖ ନେଇ ଗରୁଡ ବାହାନେ

   ଆସିଲେ ଯେ ନାରାୟଣ

ମୁତ୍ୟୁ ସଞ୍ଜିବନୀ  ଛିଞ୍ଚି ମହାଦେବ

    ଦେଲେ ତାଙ୍କୁ ଜୀବଦାନ


ସେଇ ଦିନ ଠାରୁ ଗଜ ମୁଖ ଧାରୀ

    ତୁମେ ପ୍ରଭୁ ଗଜାନନ

ଅଗ୍ରପୂଜା ପୁଣି  ସିଦ୍ଧି ବୁଦ୍ଧି ଦାତା

   ତୁମେ ହେ ପାର୍ବତୀ ନନ୍ଦନ


ଅଧମ ସନ୍ତାନ ନାହିଁ ଜ୍ଞାନ ମୋର

    କିଞ୍ଚିତରେ ଦୟା କର

ଆହେ ଏକଦନ୍ତ ତୁମେ ଦୟାବନ୍ତ

   ଦୋଷା ଦୋଷ କ୍ଷମା କର


Rate this content
Log in