STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ଆହେ ପ୍ରଭୁ, ବିଧାନ କରତା

ଆହେ ପ୍ରଭୁ, ବିଧାନ କରତା

1 min
13.2K


ଜୀବନର ତୃତୀୟ ପାଖୁଡା
ବିତିଗଲା,
ବିତି ସରିଗଲା ।

ଅବଶିଷ୍ଟ ଚତୁର୍ଥ ସାରଣୀ
ତୁମଠାରେ
ସମର୍ପିତ ହେଲା ।

ମନା ନାହିଁ, ସର୍ବାଗ୍ରେ ଈଶ୍ୱର
ସୃଷ୍ଟିକର୍ତ୍ତା
ସୃଷ୍ଟିର ନିୟନ୍ତା ।

ମୋ'ପାଇଁକି ତୁମେ ମୋ'ସର୍ବସ୍ବ
ଜାଣେନା ମୁଁ
ଯଥା କି ଅଯଥା ।

ତୁମ ପାଇଁ ବାଇଶି ପାହାଚ
ମୋ'ପାଇଁକି
ମାତ୍ର ଚାରିଗୋଟି ।

କେଇଟା ମୁହୂର୍ତ୍ତ ଅଛି ବାକି
ଲୋଡ଼ା ହେବ
କେଇ ଖଣ୍ଡ କାଠି ।

ତୁମ ପାଇଁ ଷାଠିଏ ପଉଟି
ମୋ' ଉଦରେ
କ୍ଷୁଧାର ଜ୍ବଳନ ।

ତୁମ ଆଗେ ସଞ୍ଜବତୀ ଜଳେ
ମୋ' ଦୁଆରେ
ଆଲୁଅ ସପନ ।

ନଭଶ୍ଚୁମ୍ବୀ ତୁମ ଶ୍ରୀ ମନ୍ଦିର
ଚାଳ ଖଣ୍ଡେ
ମୋ' କପାଳେ କାହିଁ !

ଅଛି ତୁମ ରତ୍ନ ସିଂହାସନ
ମୋ'ପାଇଁକି
ଭୁମି ଶେଯ ନାହିଁ ।

ଆହେ ପ୍ରଭୁ,ବିଧାନ କରତା
ଅଦଭୁତ
ତୁମରି ବିଧାନ ।

କେତେ କର ପାତର ଅନ୍ତର
ଜାଣି ଶୁଣି
ମୁଁ ତୁମ ସନ୍ତାନ ।

କୁହ ତେବେ କିବା ପ୍ରତିଷ୍ଠିବ
ସାମ୍ୟବାଦ
ମାନବେ ମାନବେ !

ଚାଲିଥାଉ ଉଚ୍ଚ ନୀଚ ପଣ
ବଞ୍ଚେ ମୁହିଁ
ଅଭାବେ ଅଭାବେ ।


Rate this content
Log in