STORYMIRROR

Amulya Kumar Nayak

Others

4  

Amulya Kumar Nayak

Others

ଆହେ ଚକାଆଖି

ଆହେ ଚକାଆଖି

1 min
239

କୁହ ଚକାଆଖି କାହିଁକି ମଉନେ

  ଅଣସର ନେଲ ବରି

ସତରେ ତୁମକୁ ଜ୍ୱର କି ଆସୁଛି

  ନା ମାନବୀୟ ଲୀଳା କରି ?


ଦାରୁବ୍ରହ୍ମ ପ୍ରଭୁ ଦାରୁର ମୂରତି

   ତାକୁ କେଉଁ ରୋଗ ହେବ ?

ମୁଁ ସିନା ମଣିଷ ଭରା ହାଡ ମାଂସ

   ସବୁ ବ୍ୟାଧି ମତେ ହେବ !


ପାଞ୍ଚ ଟଙ୍କାରେ ମୋ ଡାଲମା ଭାତକୁ

  ପଚିଶି ଟଙ୍କାରେ ଓଷ,

ଜଡି ବୁଟି ଆଉ କାମ ଦେଉ ନାହିଁ

  ଫୁଲୁରୀ ତେଲ ମାଲିସ,,


ପାଣି ପବନଠୁ ଧାନ ଚାଉଳ ଯା

  ସବୁତ ହେଲାଣି ବିଷ

ନିଃଶ୍ୱାସଟା ଏବେ ବନ୍ଧା ପଡିଅଛି

  କରେ ମହାମାରୀ ଗ୍ରାସ ।


ତୁମ ଅଣସର ପନ୍ଦର ଦିନକୁ

  ମୋର ହେଲା ଦୁଇ ବର୍ଷ

ତଥାପି ପ୍ରଭୁ ହେ ପାରୁନି ମୁକୁଳି

  ସଂସାର ଲାଗୁଛି ବିଷ



Rate this content
Log in