STORYMIRROR

Pranati Mahapatra

Others

0  

Pranati Mahapatra

Others

ଆହେ ଭାବଗ୍ରାହୀ

ଆହେ ଭାବଗ୍ରାହୀ

1 min
804


ବରଷକେ ଆସେ ରଥଯାତରା ଯେ

ବଡ଼ଦାଣ୍ଡେ ଆସେ ଜଗା,

ନର,ପଶୁ,ପକ୍ଷୀ,ଦେବ,ଯକ୍ଷ,ବ୍ରହ୍ମ

ତା ଡୋରି ସଭିଙ୍କୁ ଲଗା।

ଲୀଳା ଲଗାଇ ସେ ସଭିଙ୍କୁ ତା ମାୟା

ଫାଶରେ ଆଣଇ ଟାଣି,

ଜାତି, ଧର୍ମ, ବର୍ଣ୍ଣ,ଧନୀ କି ଗରିବ

ସବୁ ଏକାକାର ପୁଣି।

ଭକତ ହାତରୁ ନୈବେଦ୍ୟ ନିଏ ତ

ପୁଣି ଚାହେଁ ଭକ୍ତ ପଥ,

ରଥ ଅଟକାଇ ଚାଲିଯାଏ ସିଏ

ବସିବାକୁ ବାଲିରଥ।

ମୁଁ ଦୀନ ଅନାଥ ଆହେ ଜଗନ୍ନାଥ

ଚାହିଁଛି ତୁମରି ପଥ,

କେବେ ତୁମ ଡୋର ମୋ ଦେହରେ ଭିଡ଼ି

ଟାଣି ନେବ ପାଶେ ନାଥ।

ଆହେ ଜଗନ୍ନାଥ ଜଗତର ନାଥ

ଭକ୍ତ ବନ୍ଧୁ ଭାବଗ୍ରାହୀ,

ମୋ କୁଡିଆ ଘରେ ଭକ୍ତିଭାବ ମୋହେ

ରଥଯାତ୍ରା ଦେଖେ ଶୋଇ।

ପ୍ରଣତି ମହାପାତ୍ର

 ବାଲେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍