STORYMIRROR

Pranati Mahapatra

Others

3  

Pranati Mahapatra

Others

ଆହେ ଭାବଗ୍ରାହୀ

ଆହେ ଭାବଗ୍ରାହୀ

1 min
14.1K


ବରଷକେ ଆସେ ରଥଯାତରା ଯେ

ବଡ଼ଦାଣ୍ଡେ ଆସେ ଜଗା,

ନର,ପଶୁ,ପକ୍ଷୀ,ଦେବ,ଯକ୍ଷ,ବ୍ରହ୍ମ

ତା ଡୋରି ସଭିଙ୍କୁ ଲଗା।

ଲୀଳା ଲଗାଇ ସେ ସଭିଙ୍କୁ ତା ମାୟା

ଫାଶରେ ଆଣଇ ଟାଣି,

ଜାତି, ଧର୍ମ, ବର୍ଣ୍ଣ,ଧନୀ କି ଗରିବ

ସବୁ ଏକାକାର ପୁଣି।

ଭକତ ହାତରୁ ନୈବେଦ୍ୟ ନିଏ ତ

ପୁଣି ଚାହେଁ ଭକ୍ତ ପଥ,

ରଥ ଅଟକାଇ ଚାଲିଯାଏ ସିଏ

ବସିବାକୁ ବାଲି ରଥ।

ମୁଁ ଦୀନ ଅନାଥ ଆହେ ଜଗନ୍ନାଥ

ଚାହିଁଛି ତୁମରି ପଥ,

କେବେ ତୁମ ଡୋର ମୋ ଦେହରେ ଭିଡ଼ି

ଟାଣିନେବ ପାଶେ ନାଥ।

ଆହେ ଜଗନ୍ନାଥ ଜଗତର ନାଥ

ଭକ୍ତ ବନ୍ଧୁ ଭାବଗ୍ରାହୀ,

ମୋ କୂଡିଆ ଘରେ ଭକ୍ତିଭାବ ମୋହେ

ରଥଯାତ୍ରା ଦେଖେ ଶୋଇ।

ପ୍ରଣତି ମହାପାତ୍ର

ବାଲେଶ୍ଵର।


Rate this content
Log in