STORYMIRROR

Jagannath Barik

Others

4  

Jagannath Barik

Others

ଆହା ମୋ ନୀଳାଚଳିଆ

ଆହା ମୋ ନୀଳାଚଳିଆ

1 min
434

 ଆହା ମୋ ନୀଳାଚଳିଆ

  ଆହା ମୋ ଚକାଡୋଳିଆ

ଘନ କାଳିଆ  ବନମାଳିଆ

  ଭକତ ଭାଵଭୋଳିଆ | (0)


ବନ୍ଧୁପଣରେ ସଖାପଣରେ  

  ଶ୍ରେଷ୍ଠ ତୁ ସିନ୍ଧୁକୂଳିଆ 

ତୋ ସଙ୍ଗେ ବନ୍ଧୁ ସୁଦାମା ବନ୍ଧୁ

 ହେଲା କୁବେର ଭଳିଆ | (1)


ବନ୍ଧୁ ମହାନ୍ତି  ରାତିକା ରାତି  

  ପାଇଲା ସୁନା ଥାଳିଆ

ହେବାରୁ ସଖା ପାଣ୍ଡୁର ବେଟା 

 ହେଲୁ ତା ଘୋଷଚାଳିଆ | (2)


ହୁଅନ୍ତେ ସଖା ଅଙ୍ଗଦ କକା 

 ନାଶିଲୁ ବାଳୀ ବଳିଆ

ତୋହର ଦୂତ ପବନ ସୁତ

 ଲଙ୍ଘିଲା ନୀଳ ଦରିଆ | (3)


ଭକ୍ତ ଉଦ୍ଧବ  ପାଇଣ ଭାଵ  

 ହେଲା ଚରଣତଳିଆ

ବାଲି ରଥରେ ଭକତି ଡୋରେ  

 ବାନ୍ଧିଲା ଦିନେ ବଳିଆ | (4)


ଦୀନ ଦାସିଆ  ଦତ୍ତ ନଡ଼ିଆ

 ନେଲୁ ତୁ ବିଶ୍ୱପାଳିଆ 

ଚଣ୍ଡୀମଙ୍ଗଳେ ଜଗା ତ ଭାଳେ 

 ହେବାକୁ ତୋର ହଳିଆ |(5)



Rate this content
Log in